ଇଛାପୁର ମା ମାଉଲିଙ୍କ ବାର୍ଷିକ ଦଶହରା ଧୂମଧାମରେ ପାଳିତ ।

Dec 25, 2025 - 18:12
 0  66
ଇଛାପୁର ମା ମାଉଲିଙ୍କ ବାର୍ଷିକ ଦଶହରା ଧୂମଧାମରେ ପାଳିତ ।

ଝରିଗାଁ,୨୫l୧୨ (ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଛାପୁର ପଂଚାୟତ ସଦର ମହକୁମାର ଗ୍ରାମଦେବୀ ମା ମାଉଲିଙ୍କ ବାର୍ଷିକ ଦଶହରା ଆଜି ବେସ ଧୂମଧାମରେ ପାଳିତ ହୋଇଯାଇଛି |ମା ମାଉଳିଙ୍କ ପୂଜାରୀ ଦାସ ପୂଜାରୀ ମାଙ୍କ ପୂଜାର୍ଚନା ରୀତିନୀତି ଅନୁସାରେ କରିଥିବା ବେଳେ ମାଟି ପୂଜାରୀ ଗଣେଶ ପୂଜାରୀ ମଧ୍ୟ ମାଟିମାଙ୍କ ପୂଜାର୍ଚନା ରୀତିନୀତି ଅନୁସାରେ ସମ୍ପାଦନା କରିଥିଲେ |ମାଙ୍କ ବାର୍ଷିକ ଦଶହରାରେ ସାମିଲ ହେବା ପାଇଁ ଆଖପାଖ ଅଂଚଳର ଦେବାଦେବୀ ନିଜ ନିଜ ପ୍ରତୀକ ଲାଠି, ପାଲିଙ୍କି, ଶିରା, ଦିଶାରୀ, ପୂଜାରୀ ଓ ରଇତ ମାନଙ୍କୁ ସାଙ୍ଗରେ ଧରି ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ହୋଇଥିଲେ |ମାଙ୍କ ଦଶହରା ଉପଲକ୍ଷେ ଉଠା ଦୋକାନୀ ସାଙ୍ଗକୁ ମିନା ବଜାରର ମଧ୍ୟ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲି |ଅଞ୍ଚଳର ସହସ୍ରାଧିକ ଜନସାଧାରଣ ମାଙ୍କ ବାର୍ଷିକ ଦଶହରା ଦେଖିବାକୁ ଆସି କିଣାବିକା ସାଙ୍ଗକୁ ମିନା ବଜାରର ଭର ପୁର ମଜା ନେଇଥିଲେ |ରାତ୍ରି ରେ ଜନସାଧାରଣଙ୍କ ମନରଞ୍ଜନ ପାଇଁ ଏକ ଦେଶିଆ ନାଟକର ମଧ୍ୟ ଆୟୋଜନ କରାଯାଇଥିଲା |କମିଟି ସଦସ୍ୟ ମାନଙ୍କ ମଧ୍ୟରେ ମଣ୍ଡେଇ କମିଟି ସଭାପତି ଧନିରାମ ଭତରା,ସରପଞ୍ଚ ଜଗଦିଶ ମାଝୀ, ସମିତି ସଭ୍ୟ, ୱାର୍ଡ ସଭ୍ୟ, କମିଟି ସଦସ୍ୟ ମାନଙ୍କ ମଧ୍ୟରେ ମଦନ ମାଝୀ, ଲାଇବାନ ଜାନୀ, ଧନିରାମ ଯାନୀ, ଘାସିରାମ ଭତରା, ଧନେ ଗୌଡ଼, ସୁବାସ ଗୌଡ଼, ଦେବ ମାଝୀ, ଧୋବେ ଭତରା, କେଶବ ମାଝୀ, ଦୁର୍ବଳ ଦଳପତି ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଦଶହରା ପର୍ବକୁ ଅତି ଆଡମ୍ବର କରିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR