ଉତ୍ସଵ ‘ନୃତ୍ୟ ସଙ୍ଗମ’ ଉଦଘାଟିତ।

Dec 18, 2025 - 20:16
0 32
ଉତ୍ସଵ ‘ନୃତ୍ୟ ସଙ୍ଗମ’ ଉଦଘାଟିତ।

ଭବାନୀପାଟଣା,୧୮l୧୨( ଷ୍ଟାର ନିୟୁଜ ଓଡିଶା ):କଳା ଓ ସଂସ୍କୃତିର ମାଟି କଳାହାଣ୍ଡି। ଏ ମାଟି ଦେଇଛି ଅନେକ ପ୍ରସିଦ୍ଧ କଳାକାର। ଯାହା ପଲ୍ଲୀରୁ ଦିଲ୍ଲୀ ଯାଏଁ ବ୍ୟାପ୍ତ ହୋଇଛି। ଜିଲ୍ଲାର ସାଂସ୍କୃତିକ ବିଭବ ସାରା ବିଶ୍ୱରେ ଆଦୃତ ହୋଇସାରିଛି ବୋଲି ଭବାନୀପାଟଣା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ଉତ୍ସବ ‘ନୃତ୍ୟ ସଙ୍ଗମ ୨୦୨୬’ ଉଦଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ମା ' ମାଣିକେଶ୍ଵର ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡ଼ ନିବେଦିତା ନାଥ ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ। ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ସଭା ସଞ୍ଚାଳନ କରିଥିଲେ ସଞ୍ଜୀବ ସିଂହ। ଧନ୍ୟବାଦ ଦେଇଥିଲେ ପ୍ରତିଭା ସମ୍ପାଦକ ଚିନ୍ତୁପ୍ରସାଦ ନାଏକ। ଏହି ଅବସରରେ ସୌରଭ ମହାପାତ୍ରଙ୍କୁ ସ୍ବର୍ଗତ ଭାନୁପ୍ରକାଶ ରଥ ଯୁବ ନାଟ୍ୟ ସମ୍ମାନ, ସଂଗୀତା ରାଉତ ( ପ୍ରତିଭା ଯୁବ କଳାକାର ସମ୍ମାନ), ଶିଳ୍ପୀ ତରୁଣ କୁମାର ମହାପାତ୍ର (ପ୍ରତିଭା ଶିଳ୍ପୀ ସମ୍ମାନ), ଭାରତ ଭୂଷଣ ଚଳାନ (ରାମଦାଶ ପ୍ରସାଦ ସ୍ମୃତି ପ୍ରତିଭା ଲୋକକଲାରତ୍ନ ସମ୍ମାନ, ଶ୍ୟାମ ପ୍ରସାଦ ସାହୁ ପ୍ରଦତ୍ତ ପୁରସ୍କାର ପ୍ରଦାନ କରାଯାଇଥିଲା। ଉଦଘାଟନୀ ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ର କଳାକାର ମନ୍ତ୍ରମୁଗ୍ଧ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଚିତ୍ରକଳା ପ୍ରଦର୍ଶନୀ ଓ ସାଂସ୍କୃତିକ ସନ୍ଧ୍ୟାରେ ସଙ୍ଗୀତ ବିଚିତ୍ରା ଆୟୋଜିତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User