ଆରପାରିରେ ପାଳକ ଯକ୍ଷଚନ୍ଦ୍ରଙ୍କ ମାଁ ସୁଦୁମତି ଦିଗାଲ ।ଖ୍ରୀଷ୍ଟିୟ ରୀତିନୀତିରେ ଶେଷକାର୍ଯ୍ୟ ସମ୍ପନ୍ନ ।

Dec 18, 2025 - 19:15
0 49
ଆରପାରିରେ ପାଳକ ଯକ୍ଷଚନ୍ଦ୍ରଙ୍କ ମାଁ ସୁଦୁମତି ଦିଗାଲ ।ଖ୍ରୀଷ୍ଟିୟ ରୀତିନୀତିରେ ଶେଷକାର୍ଯ୍ୟ ସମ୍ପନ୍ନ ।

ଫିରିଙ୍ଗିଆ,୧୮l୧୨ (ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଂଚାୟତ ଅନ୍ତର୍ଗତ ଲଦାପଦର ଚର୍ଚ୍ଚର ପାଳକ ଯକ୍ଷଚନ୍ଦ୍ର ଦିଗାଲଙ୍କ ମାଁ ସୁଦୁମତି ଦିଗାଲଙ୍କ ଗତକାଲି ରାତ୍ରି ପ୍ରାୟ ୨ଘଂଟିକା ସମୟରେ ପରଲୋକ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ମାତ୍ର ୭୫ବର୍ଷ ହୋଇଥିଲା। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟ ଭାଷୀ, ମେଳାପୀ ମହିଳା ଥିଲେ । ଦୁଇମାସ ପୂର୍ବରୁ ତାଙ୍କୁ ବ୍ରେନ ଷ୍ଟକ ଓ ପରେ ପରେ ପକ୍ଷାଘାତ ରୋଗରେ ପୀଡିତ ହୋଇ ପଡ଼ିଥିଲେ।ତାଙ୍କ ଚିକିତ୍ସା ପାଇଁ ପରିବାରଲୋକ ବିଭିନ୍ନ ମେଡିକାଲ କୁ ନେଇଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗତକାଲି ରାତ୍ରି ପ୍ରାୟ ୨ଘଂଟିକା ସମୟରେ ସୋଇଥିବା ଅବସ୍ଥାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି ।ସେ ଖ୍ରୀଷ୍ଟ ବିଶ୍ୱାସୀ ହୋଇଥିବାରୁ ତାଙ୍କ ଶେଷକୃତ ମଧ୍ୟ ଖ୍ରୀଷ୍ଟିୟ ରୀତିନୀତି ଅନୁସାରେ ହୋଇଛି । ସମାଧି କାର୍ଯ୍ୟରେ ଟିକାବାଲି ପାଷ୍ଟରେଟ ର ପ୍ରେସ ବିଟର ଇନ୍ ଚାର୍ଜ ଯକ୍ଷ ଚନ୍ଦ୍ର ଦିଗାଲ,ପାଳକ ଆଚାର୍ଯ୍ୟ ପଙ୍କଜ ଦିଗାଲ, ପୂର୍ବତନ ପ୍ରେସ ବିଟର ଆଚାର୍ଯ୍ୟ ମନେଶ୍ଵର ନାୟକ, ପାଷ୍ଟରେଟ ସମ୍ପାଦକ ରଞ୍ଜିତ ଦିଗାଲ ଏବଂ ଲଦାପଦର ମଣ୍ଡଳୀର ସମସ୍ତ କର୍ମକର୍ତା ଓ ସଭ୍ୟ ସଭ୍ୟା ଅନ୍ୟ ବନ୍ଧୁବର୍ଗ ବହୁ ସଖ୍ୟାରେ ଉପସ୍ଥିତ ରହିଥିଲେ ।ସୁଦୁମତିଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User