ଏଚ୍.ଆଇ.ଭି. ସଂକ୍ରମିତ ଙ୍କ ପାଇଁ ପୋଷଣ ଖାଦ୍ୟ କୁ ଗୁରୁତ୍ୱ ଦେଇ ପୋଷଣ ସପ୍ତାହ ପାଳନ।

Sep 07, 2025 - 17:35
0 34
ଏଚ୍.ଆଇ.ଭି. ସଂକ୍ରମିତ ଙ୍କ ପାଇଁ ପୋଷଣ ଖାଦ୍ୟ କୁ  ଗୁରୁତ୍ୱ ଦେଇ ପୋଷଣ ସପ୍ତାହ ପାଳନ।

ଫିରିଙ୍ଗିଆ,୭l୯(ଷ୍ଟାର ନିୟୁଜ) : ମଣିଷ ପାଇଁ ପୋଷଣ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ” । ମନୁଷ୍ୟ ଶରୀର କୁ ସୁସ୍ଥ ରଖିବା କୁ ହେଲେ ଶରୀର ପ୍ରତି ପୋଷଣ ଯୁକ୍ତ ଖାଦ୍ୟ ର ଆବଶ୍ୟକତା ଯଥେଷ୍ଟ ଅଧିକ । ଏହି ପରିପ୍ରେକ୍ଷି ରେ ସେପ୍ଟେମ୍ବର ମାସ ୦୧ ତାରିଖ ଠାରୁ ୦୭ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ରାଷ୍ଟ୍ରୀୟ ପୋଷଣ ସପ୍ତାହ ପାଳନ କରାଯାଉଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହା ଆୟୋଜନ କରିଛନ୍ତି । କନ୍ଧମାଳ ଜିଲ୍ଲା ର ଗ୍ରମ୍ୟ ସ୍ତରର କର୍ମଜିବି ମହିଳା ମାନେ କାର୍ଯ୍ୟବ୍ୟସ୍ତତା ରେ ରହି ଅଜଣାତରେ ପୋଷଣ ଯୁକ୍ତ ଖାଦ୍ୟ ସେବନ କୁ ଅବହେଳା କରୁଥିବା ବେଳେ ବର୍ଷ ୨୦୨୫ ରେ ଥିବା ବିଷୟ “ଭଲ ଜୀବନ ପାଇଁ ଠିକ୍ ଖାଦ୍ୟ ଖାଅ” କୁ ଜନସାଧାରଣ ଙ୍କୁ ଜଣାଇବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଙ୍କ ସହାୟତା ରେ ମା ଗୃହ କଟ୍ରିଙ୍ଗିଆ, ବାଲନ୍ଦାପଡା ଓ ଟିକାବାଲି ଙ୍କ ଦ୍ୱାରା ଫିରିଙ୍ଗିଆ, ଟିକାବାଲି ଓ ଫୁଲବାଣୀ ବ୍ଲକ୍ ରେ ସଚେତନତା ସଭା ଆୟୋଜିତ ହୋଇଜାଇଛି । କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଶା, ଅଙ୍ଗନଓାଡି କର୍ମୀ, ଗର୍ଭବତୀ, ପ୍ରସୂତୀ ଓ ମହିଳା ମାନେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଟିକାବାଲି ସମନ୍ୱିତ ଶିଶୁ ବିକାଶ ଅଧିକାରି ପାନମଣି ହାନ୍ସଦା ଉପସ୍ଥିତ ରହି ପୋଷଣ ସପ୍ତାହ ପାଳନ ର ଗୁରୁତ୍ୱ , ୦୬ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର , ୦୬ ମାସ ପରେ ପରିପୂରକ ଖାଦ୍ୟ ଯାହାକି ଶିଶୁ କୁ ମାନସିକ, ଶାରିରିକ ଓ ବୌଧିକ କ୍ଷେତ୍ର ରେ ଏକସଙ୍ଗ ରେ ବିକାଶ କରିଥାଏ ବୋଲି କହିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର କାର୍ଯ୍ୟକ୍ରମ ଗୁଡିକରେ ଉପସ୍ଥିତ ରହି ଏଚ୍.ଆଇ.ଭି. ସଂକ୍ରମଣ ବିଷୟରେ ଅବଗତ କରାଇବା ସହିତ କିପରି ଜଣେ ସଂକ୍ରମିତ ବ୍ୟକ୍ତି ଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି ତାହା ଗୁରୁତ୍ୱ ଦେଇଥିଲେ । ଯାହା ସବୁଜ ପନିପରିବା ସ୍ଥାନୀୟ ଅଂଚଳରେ ମିଳୁଥିବା ପାଚିଲା ଫଳ ଓ ସ୍ୱେତସାର ଜାତୀୟ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦେଇଥିଲେ । ମା ଗୃହ ରେ ମଧ୍ୟ ମା ମାନେ ଅବସ୍ଥାପିତ ସମୟ ରେ ଏ ଦିଗରେ ଅଧିକ ସଚେତନତା କରିବା ଆବଶ୍ୟକତା ଅଛୀ ବୋଲି ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ମତ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ନିରିପମା କହଁର ଦାୟିତ୍ୱ ନେଇଥିବା ବେଳେ ମା ଗୃହ ର ସମସ୍ତ ଏ.ଏନ୍.ଏମ୍. କୋଡିନେଟର ପୁଷ୍ପିତା ସାହୁ, ରାମେସ୍ୱରୀ ଦିଗାଲ, ଗିତାଞଳୀ ମିଖୀ ଓ ମହିଳା ସ୍ୱାସ୍ଥ୍ୟ ସହାୟିକା ସୁନେମିୟା ଦିଗାଲ, ସ୍ନେହଲତା ପ୍ରଧାନ, ସାମନ୍ତି ଦିଗାଲ, ସସ୍ମିତା ବେହେରା, ଗିତାଞଳୀ କହଁର, ମାଣିକ ବେହେରା, ଶିବାନୀ ଜାନୀ, କାର୍ଯ୍ୟକ୍ରମ ପରିଚାଳନା ରେ ସହେଯାଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User