ସାହୁ ସମାଜର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ।

Sep 07, 2025 - 11:17
0 447
ସାହୁ ସମାଜର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ।

ଝରିଗାଁ,୭l୯ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଅନ୍ତର୍ଗତ ସରସୋଭଟ୍ଟା ଗ୍ରାମ ଠାରେ ଆଜି ସାହୁ ସମାଜର ବ୍ଲକ ସଭାପତି ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଝରିଗାଁ ବ୍ଲକରେ ବସବାସ କରୁଥିବା ସମସ୍ତ ସାହୁ ସମ୍ପ୍ରଦାୟର ଜନସାଧାରଣଙ୍କୁ ନେଇ ଝରିଗାଁ ଠାରେ ଆଜି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଝରିଗାଁ ବିଧାୟକ ନରସିଂ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ସମାଜ ସେବୀ ଗଣପତି ସାହୁ,ପଞ୍ଚାନନ ବାବାଲି, ସୁଜନ ଭକ୍ତ ପ୍ରମୁଖ ମଞ୍ଚାସିନ ରହିଥିଲେ |ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସଦସ୍ୟ ବବୃବାହାନ ସାହୁ ଚାରିଗଡ଼ ନାରୀନେତ୍ରୀ ଡିଗ୍ରୀ ସାହୁ,ଚାରିଗଡ଼ କୋଷାଧ୍ୟକ୍ଷ କ୍ଷେମାନିଧି ସାହୁ,ମାର୍ଗ ଦର୍ଶକ ତଥା ସମାଜ ସଂସ୍କାରକ ଲକ୍ଷ୍ମଣ ସାହୁ,ଚାରିଗଡ଼ ସମ୍ପାଦକ ସଚିନ୍ଦ୍ର ସାହୁ,ପାନାବେଡା ଅଞ୍ଚଳ ସଭାପତି ଦିବାଚନ୍ଦ ସାହୁ,କନ୍ଦାଡ଼ଙ୍ଗର ଅଞ୍ଚଳ ସଭାପତି ଦେଶରଣ ସାହୁ,ଦେଓଭୋଗ ଅଂଚଳ ସଭାପତି ହେଜୁରାମ ସାହୁ,ଖଡ଼ିଆର କ ଅଞ୍ଚଳ ସଭାପତି ଖଗେଶ୍ୱର ସାହୁ,ଖଡିଆର ଖ ଅଞ୍ଚଳ ସଭାପତି ଯମୁଳାଲ ସାହୁ,କଳାହାଣ୍ଡି କ ଅଂଚଳ ସଭାପତି ଟିକେଲାଲ ସାହୁ,କଳାହାଣ୍ଡି ଖ ଅଞ୍ଚଳ ସଭାପତି ବିରଞ୍ଚି ନାରାୟଣ ସାହୁ,ଦେଓଭୋଗ ଅଂଚଳ ପୂର୍ବତନ ସଭାପତି ଲିଳାଧର ସାହୁ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଛବିଲାଲ ସାହୁ ମଞ୍ଚ ପରିଚାଳନା କରି ସମସ୍ତ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରିଥିଲେ |ପରେ ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ |ମଞ୍ଚାସିନ ଅତିଥି ତଥା ବିଭିନ୍ନ ଜିଲ୍ଲା ଓ ବ୍ଲକରୁ ଆସିଥିବା ସମାଜର ବରିଷ୍ଠ ପଦାଧିକାରୀମାନେ ନିଜ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଅବିଭାଷଣ ରଖିବା ସହିତ ସମସ୍ତେ ଏକଜୁଟ ହୋଇ ଆଗକୁ ବଢିବା ସହିତ ନିଜ ଜାତି ତଥା ସମାଜର ମୌଳିକ ଅଧିକାର ପାଇଁ ସରକାରଙ୍କ ସହିତ ଲଢ଼ିବାକୁ ଆହ୍ୱାନ କରିଥିଲେ |ଶେଷରେ ସମାଜର ଜନସାଧାରଣଙ୍କ କିପରି ଉନ୍ନତି ହୋଇପାରିବ ସେ ଉପରେ ଆଲୋଚନା କରାଯାଇ ସଭା ସାଙ୍ଗ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User