'ସଂସ୍କାର ଭାରତୀ' କଳାହାଣ୍ଡି ତରଫରୁ "ନୂଆଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଟିତ

Sep 07, 2025 - 18:06
0 23
'ସଂସ୍କାର ଭାରତୀ' କଳାହାଣ୍ଡି ତରଫରୁ "ନୂଆଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଟିତ

ଭବାନୀପାଟଣା, ୦୭।୦୯ (ଷ୍ଟାର ନିୟୁଜ ଓଡିଶା) କଳା ଓ ସଂସ୍କୃତି ପାଇଁ ସଦା ସମର୍ପିତ 'ସଂସ୍କାର ଭାରତୀ' କଳାହାଣ୍ଡି ତରଫରୁ "ନୂଆଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ "ଚେତନାର ଉତ୍ସେ ନୂଆଖାଇ" ଶୀର୍ଷକୋକ୍ତି କବି ସମ୍ମେଳନକୁ ଶବ୍ଦ ବିଶେଷଜ୍ଞ ଡ.ଉମେଶ ଚନ୍ଦ୍ର ଶତପଥୀ ଉଦଘାଟନ କରିଥିଲେ। ଯୁବକବି ଆଶୁତୋଷ ପୁରୋହିତଙ୍କ ସଂଯୋଜନାରେ ବହୁ ସଂଖ୍ୟାରେ ନିମନ୍ତ୍ରିତ କବିଗଣ ସ୍ୱରଚିତ କବିତା ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂସ୍କାର ଭାରତୀର ଜିଲ୍ଲା ସଭାପତି ଭାଗୀରଥି ବେହେରାଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସମାଜସେବୀ ସୁଧାଂଶୁ ଶେଖର ନେଗୀ ଉଦଘାଟନ କରି ନବାନ୍ନରେ ନବ ପଲ୍ଲବିତ ଧରା ବିଷୟରେ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଯୁବ କବି ପ୍ରତାପ ଚନ୍ଦ୍ର ପଣ୍ଡା ଏବଂ ଯୁବ ନାଟ୍ୟକାର ସୌରଭ ମହାପାତ୍ର ଯୁଗଳବନ୍ଦୀରେ ପରିଚାଳନା କରିଥିଲେ। ସଂଗୀତ, ନୃତ୍ୟ ଓ କଳାର ସଙ୍ଗମରେ କଳାକାର କ୍ଷୀରସିନ୍ଧୁ ଭୋଇଙ୍କ ନେତୃତ୍ୱରେ ମାନସ ପଣ୍ଡା, ହରି ସାହୁ ଏବଂ ମାନସ ସାଙ୍କ କଳାକୃତି ଦ୍ବାରା ତ୍ରିଧାରା ଭଳି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଗୀତ କ୍ଷେତ୍ରରେ କଳାହାଣ୍ଡି ଲେଖକ କଳା ପରିଷଦର ବିଶିଷ୍ଟ ସଙ୍ଗୀତ ଗୁରୁ ସୁଧୀର ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁ ନରେନ୍ଦ୍ର ପଣ୍ଡା, ଦୁର୍ଗା ଶଙ୍କର ପଟ୍ଟନାୟକ, ଜୟରାମ ସାହୁ, ସନ୍ଦିପ ପଣ୍ଡା ବିଭିନ୍ନ ବାଦ୍ୟଯନ୍ତ୍ରରେ ସାଥୀ ଥିବାବେଳେ କଳା ପରିଷଦ ସଂଗୀତ ବିଦ୍ୟାଳୟର କଣ୍ଠଶିଳ୍ପୀ ସସ୍ମିତା ରଥ, ସସ୍ମିତା ମହାନ୍ତି, ନମୀତା ମିଶ୍ର, ରୋଜାଲିନ ତ୍ରିପାଠୀ, ବୈଷ୍ଣବୀ ପଲ୍ଲବ, ସଂଗୀତା ରାଉତ ଓ କାଜଲ ମହାରଣା କଣ୍ଠଦାନ କରିଥିଲେ। ଅନୁଷ୍ଟିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ହୋଇଥିଲା। ଏଥିରେ ସକ୍ଷମ‌ ନୃତ୍ୟ ଏକାଡେମୀ, ଜେକେ ଡ୍ଯାନ୍ସ ସ୍କୁଲ ଏବଂ ନୃତ୍ୟ ରସିକା ବିଦ୍ୟାଳୟର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ପରିଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ। ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା ଶାନ୍ତି ପାଠ ସହିତ ସଭା ସାଙ୍ଗ ଘୋଷଣା କରିଥିଲେ। ପ୍ରାନ୍ତ ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ପ୍ରାନ୍ତ ଅଧ୍ୟକ୍ଷ ହରେକୃଷ୍ଣ ଭୋଇ, ତାପସ ରଞ୍ଜନ ପଟେଲ, ପ୍ରୀତି ପଟ୍ଟନାୟକ ଏବଂ ଆଲୋକ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User