ଏମ୍ ଶ୍ରୀ ସରକାରୀ (ଏସ୍.ଏସ୍. ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

Apr 06, 2025 - 08:06
0 53
ଏମ୍ ଶ୍ରୀ ସରକାରୀ (ଏସ୍.ଏସ୍. ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

କନ୍ଧମାଳ, ୬|୪ : କନ୍ଧମାଳ ଜିଲା ଫୁଲବାଣୀ ବ୍ଲକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଗଞ୍ଜୁଗୁଡ଼ା ପଞ୍ଚାୟତର ବଇଡା ଗ୍ରାମରେ ଥିବା ପି ଏମ୍ ଶ୍ରୀ ସରକାରୀ (ଏସ୍.ଏସ୍. ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ସହକାରୀ ଜୟ ନାରାୟଣ ମିଶ୍ର, ରମେଶ ଚନ୍ଦ୍ର ବେହେରା,ନାରାୟଣ ଚନ୍ଦ୍ର ମଲିକ, ସନ୍ତୋଷ କୁମାର ରାୟ,ଶିକ୍ଷୟତ୍ରୀ ମିତାଞ୍ଜଳୀ ପଣ୍ଡା, ଦମୟନ୍ତୀ ବରାଡ଼, ମଧୁସ୍ମିତା ତ୍ରିପାଠୀ, ଶୁଭ ସ୍ମିତା ପାଢ଼ୀ, ଧନ୍ଦା ମୂଳକ ପ୍ରଶିକ୍ଷକ କୃପା ମୁଖୀ, ରାମନାଥ ମଲିକ, ଖେଳ ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଲଗାଇବା ସହ ପୁଷ୍ପଗୁଚ୍ଛ ଦେଇ ବିଦ୍ୟାଳୟ କୁ ସ୍ୱଗତ କରିଥିଲେ । ଏହି କାର୍ଯ୍ୟକ୍ରମ ଚଳିତ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବା ପରେ ସେମାନଙ୍କ ନାମ ବିଦ୍ୟାଳୟ ଖାତାରେ ପଞ୍ଜିକୃତ କରାଯିବ ପରେ ନିୟମିତ ଶିକ୍ଷାଦାନ କରାଯିବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ସମସ୍ତେ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User