ନିଜୁଗାଣା ଗାଁ ପାଇଁ ବିଳ ଚୁଆ ପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ

Apr 06, 2025 - 07:06
0 79
ନିଜୁଗାଣା ଗାଁ ପାଇଁ ବିଳ ଚୁଆ ପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ

କନ୍ଧମାଳ,୬l୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଲନ୍ଦାପଡ଼ା ପଞ୍ଚାୟତ ଅନ୍ତର୍ଗତ ଗିଉଗାଡି ୱାର୍ଡ଼ ନିଜୁଗାଣା ସାହିରେ ପାନୀୟଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ବର୍ଷରୁ ଏହି ସାହିର ଲୋକେ ବିଳ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖରା ଦିନେ ବିଳ ନାଳରେ ଚୁଆ କୁଳି ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଗିଉଗାଡି ୱାର୍ଡ଼ ନିଜୁଗାଣା ସାହିରେ ନଳକୂପ ନିର୍ମାଣ ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି ପୂର୍ବତନ ୱାର୍ଡ଼ ମେମ୍ବର ଅଜିବନ ଦିଗାଲ, ମାନସ ରଞ୍ଜନ ପ୍ରଧାନ,ରାହୁଲ ଦିଗାଲ, ମିଥୁନ ଦିଗାଲ, ସରୋଜ ଦିଗାଲ, ସଜେଇ ମତି ଦିଗାଲ,କାଜଲ ଦିଗାଲ,ନାଟୁ କହଁର,ସାରିଆ ଦିଗାଲ, ଅଭିମନ୍ୟୁ କହଁର, ମୃତ୍ୟୁଞ୍ଜୟ ଦିଗାଲ, ରାଜୁ ପ୍ରଧାନ,ଉତ୍ତମ କହଁର, ମନୋଜ ପ୍ରଧାନ, ଘାସିରାମ ଦିଗାଲ, ମଞ୍ଜୁଲତା ଦିଗାଲ ସମାଜ ସେବୀ ରାଜିବ କୁମାର ଦିଗାଲ ସମେତ ଗ୍ରାମବାସୀ ଦାବି କରିଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User