ଓ ବି ସି ମଞ୍ଚ କଳାହାଣ୍ଡି ତରଫରୁ ଏକଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଗଲା

ଆଜି ତା 23.6.2025 (ଷ୍ଟାରନିୟୁଜ ଓଡିଶା)ରିଖରେ ଆଜି OBC ମଞ୍ଚ କଳାହାଣ୍ଡି ତରଫରୁ ଏକଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରାଗଲା
ନିକଟ ଅତୀତରେ କେନ୍ଦ୍ର ସରକାର ଦେଶର ଜାତିଗତ ଜନଗଣନା କରିବାକୁ କ୍ୟାବିନେଟରେ ନିସ୍ପତି ନେଇ ଥିବାରୁ ରାଜ୍ୟ ଓବିସି ମଂଚ ଓଡିଶା ତରଫରୁ ସାଧୁବାଦ । ଯଥାଶିଘ୍ର ଜାତି ଜନଗଣନା କରାଇ ଓବିସିଙ୍କୁ ସ୍ଵତନ୍ତ୍ର ରୂପେ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା (ସରକାରୀ ଓ ବେସରକାରୀ ଅନୁଷ୍ଠାନରେ), ଚାକିରୀ (ସରକାରୀ ଓ ବେସରକାରୀ କ୍ଷେତ୍ରରେ) ତଥା ରାଜନୀତିରେ ସମାନୁପାତିକ ପ୍ରତିନିଧୁତ୍ବ ଦେବା ଆଶା କରିଛନ୍ତି। ଏହି କାର୍ଯ୍ୟକ୍ରମରେ, ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ନାଏକ, ଓବିଶି ମଞ୍ଚ ଜିଲ୍ଲା ସଭାପତି ଦମ୍ବରୁଧର ଲହଜଳ କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସଂଗଠନ ସମ୍ପାଦକ ଡାକେଶ୍ୱର ଲହଜଳ କୋଷାଧକ୍ଷ ଦୀପଚନ୍ଦ ସାହୁ, ସୁରେଶ ଚନ୍ଦ୍ର ଭଇସାଲ, ଓ ଓ ବି ସି ମଞ୍ଚ ର କର୍ମ କର୍ତ୍ତା ଉପସ୍ଥିତ ଥିଲେ l ପୁନଃ ୧୪ ମଇ ୨୦୨୫ ଦିନ ଓଡିଶା ରାଜ୍ୟ ସରକାର ଏସଇବିସିଙ୍କୁ ସରକାରୀ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଘୋଷଣାକୁ ରାଜ୍ୟ ଓବିସି ମଂଚ ସ୍ଵାଗତ କରେ । ଏହାଦ୍ଵାରା ଏସଇବିସି ଛାତ୍ର ଓ ଯୁବକମାନେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ କିଛି ଉପକୃତ ହେବେ । କିନ୍ତୁ ଦୁଃଖ ଏହି ଯେ ଓଡିଶା ରାଜ୍ୟ ସରକାର ମଣ୍ଡଳ କମିସନ ସୁପାରିଶ ଲାଗୁ ହେବା ଦିନ ଠାରୁ ଏଯାବତ୍ ୩୧ ବର୍ଷ ହେଲା ଓବିସିଙ୍କୁ ସବୁ କ୍ଷେତ୍ରରେ ଶୂନ ସଂରକ୍ଷଣ ଦେଇ ଅଣଦେଖା କରି ଆସୁଛନ୍ତି । ସ୍ପଷ୍ଟ କରୁଁ କି ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ । କାରଣ ରାଜ୍ୟରେ ଦୁଇଟି ପଛୁଆ ବର୍ଗ ତାଳିକା ରହିଛି ଓ ଏହି ଦୁଇ ତାଳିକା ସମାନ ନୁହେଁ । ଯଥା- ୧) ଓବିସି, ମଣ୍ଡଲ କମିଶନ ନିର୍ଦ୍ଧାରିତ ଓଡିଶାର ୨୦୦ଟି ଜାତିକୁ ନେଇ ପଛୁଆ ବର୍ଗ ତାଲିକା ଓ ୨) ଏସଇବିସି, ଯାହା ଓଡିଶା ରାଜ୍ୟ ସରକାର ଗଠିତ ଦାସ କମିଶନ ନିର୍ଦ୍ଧାରିତ ୨୧୦ ଟି ଜାତିବିଷ୍ଟ ତାଲିକା, ଯେଉଁଥରେ ୨୦୦ ଟି ଓବିସି ଜାତି ତାଲିକା ସହ ୧୦ଟି ଅଣଓବିସି, ସାଧାରଣ ବର୍ଗର ଜାତି ଙ୍କୁ ଯୋଡାଯାଇଛି । ଅର୍ଥାତ୍ ଏସଇବିସି ହେଲା ଓବିସି ଯୁକ୍ତ ୧୦ଟି ସାଧାରଣ ବର୍ଗର ଜାତି । ଫଳରେ ଏସଇବିସି ବର୍ଗରେ ଓବିସି ଯୁବକଙ୍କୁ ସରକାରୀ ଚାକିରିଟିଏ ପାଇବାକୁ ହେଲେ ଅଣଓବିସି, ସାଧାରଣ ବର୍ଗର ଯୁବକଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଉଛି ଓ ସେମାନେ ବିଫଳ ହେଉଛନ୍ତି । ରାଜନୀତିରେ ବି 27 % ରିଜର୍ଭେସନ ଦିଆଯାଉ l ପୁଣି ଏହି ଏସଇବିସି ବର୍ଗରେ ଓବିସି ଛାତ୍ରଙ୍କୁ ଉଚ୍ଚଶିକ୍ଷାରେ ସିଟ ଟିଏ ପାଇବାକୁ ଅଭଓବିସି ସାଧାରଣ ବର୍ଗର ଛାତ୍ରଙ୍କ ସହ ପ୍ରତିଯୋଗିତା କରିବାକୁ ପଡିବ ଏବଂ ବିଫଳ ହେବେ । ତେଣୁ ଏସଇବିସି ଥିବା ଅଣଓବିସିମାନେ ସବୁ ଆରକ୍ଷଣକୁ ହାତେଇ ନେବା ସ୍ଵାଭାବିକ । ଅର୍ଥାତ୍ ଓବିସି ପିଲା ଓଡିଶାରେ କେବଳ ଜାତି ସାର୍ଟିଫିକେଟ ପାଉଥିବେ, କିନ୍ତୁ ଚାକିରୀ ନୁହେଁ କି କଲେଜରେ ସିଟ ବି ନୁହେଁ । ଉଚ୍ଚଶିକ୍ଷାରେ ସଂରକ୍ଷଣ ଲାଗୁ ହେଲେ ବି ସେହି ସମାନ ଦଶା ହେବ । ଏହି ସାଧାରଣ ମାନସାଙ୍କକୁ ଜାଣିଶୁଣି ସବୁ ରାଜନତ୍ତ୍ୱିକ ଦଳର ସରକାର ନ ବୁଝିଲା ପରି ଓ ବି ସି ଙ୍କୁ ତାଙ୍କର ସାମ୍ବିଧାନିକ ହକ୍ କୁ ବେଦେଖଲ କରି ଆସୁଛନ୍ତି l ଏହା କଟୁ ହେଲେ ବି ସତ୍ୟ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
What's Your Reaction?






