ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବହୁମୂଖୀ ସ୍ୱାସ୍ଥ୍ୟକର୍ମି ( ମହିଳା) ଙ୍କ ଲେବେଲ-୦୨ରୁ ଲେବେଲ-୦୧ ପଦୋନ୍ନତି ରେ ବିଲମ୍ବ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

Jun 23, 2025 - 22:23
 0  36
ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବହୁମୂଖୀ ସ୍ୱାସ୍ଥ୍ୟକର୍ମି ( ମହିଳା) ଙ୍କ ଲେବେଲ-୦୨ରୁ ଲେବେଲ-୦୧ ପଦୋନ୍ନତି ରେ ବିଲମ୍ବ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା

ଭବାନୀପାଟଣା ୨୩/୦୬(ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ପରି ଏକ ପଛୁଆ ବର୍ଗ ଜିଲ୍ଲାରେ ସମସ୍ତ ପଞ୍ଚାୟତ ଓ ଗ୍ରାମାଞ୍ଚଳରେ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ।ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସମୟ ହେବ ସେମାନେ ତାଙ୍କର କାର୍ଯ୍ୟ କୁ ସୁଚାର ରୂପେ କରି ଆବଶ୍ୟକୀୟ ସମସ୍ତ ରିପୋର୍ଟ୍ ସଠିକ ସମୟରେ ପ୍ରଦାନ କରିଆସୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଚିଠି ସଂଖ୍ୟା- ୩୫୦୦୨ /H&FW ତା ୨୧/୧୨:୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲା ମୁଖ୍ୟ ଚିକିସାଧୁକାରୀ ଙ୍କୁ ୨୦୨୫ ମସିହା ଜାନୁୟାରୀ ମାସର ଶେଷ ସପ୍ତାହ ସୁଦ୍ଧା ଡି.ପି.ସି ବୈଠକ ସଂପୂର୍ଣ କରାଯାଇ ସ୍ୱାସ୍ଥ୍ୟକର୍ମି (ପୁରୁଷ । ମହିଳା) ଲେବେଲ ୦୨ ରୁ ଲେବେଲ ୦୧ କୁ ପଦୋନ୍ନତି ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟ ଓ ବିଡମ୍ବନା ର ବିଷୟ ଏହି କି ଯେ, ଗତ ୧୦/୦୪/୨୦୨୫ ରିଖ ଦିନ ସ୍ବାସ୍ଥ୍ୟକର୍ମୀ ମହିଳା ମାନଙ୍କର ଡିପିସି ବୈଠକ ଏବଂ ୨୮/୦୫/୨୦୨୫ ରିଖ ଦିନ ସ୍ୱାସ୍ଥ୍ୟକମି ପୁରୁଷ ମାନଙ୍କ ଡି.ପି.ସି ବୈଠକ ସଂପୂର୍ଣ ହୋଇଯାଇଥିଲେ ମଧ୍ୟ ତିପିସି ର ସୁପାରିଶ କ୍ରମେ ଚୁଡାନ୍ତ ଯୋଗ୍ୟ ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ପୁରୁଷ । ମହିଳା)  ‌lebel - ୦୨ ରୁ ଲେବେଲ-୦୧ ପଦୋନ୍ନତି କୁ ଅଟାକାଲ ରଖା ଯାଇଥିଲା । ଏହି ବିଷୟରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, କଳାହାଣ୍ଡି, ଜିଲ୍ଲାପାଳ କଳାହାଣ୍ଡି, ସ୍ବାସ୍ଥ୍ୟମନ୍ତ୍ରୀ ଓଡିଶା ସରକାର ଙ୍କୁ ଲିଖିତ ଓ ମୌଖିକ ଭାବରେ ଅଭିଯୋଗ କଲାପରେ ମଧ୍ୟ କୌଣସି ସମାଧାନ କରାଗଲା ନାହିଁ । ଇତି ମଧ୍ୟରେ ଆଜି ଯାଏ ୨୫ ଟି ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ (ପୁରୁଷ) ଏବଂ ୨୨ଟି ଜିଲ୍ଲାର ସ୍ୱାସ୍ଥ୍ୟକର୍ମି (ମହିଳା) ଙ୍କ ପଦୋନ୍ନତି ହୋଇ ସାରିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କଟକଙ୍କ ଯଜମେଣ୍ଟ ନମ୍ବର LA No. 8377 Dtd 15.05.25 ଏବଂ LA No. 8378 Dtd. 15.05.25.ସମସ୍ତ ଯୋଗ୍ୟ ଉଭୟ ମହିଳା ଓ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟ କର୍ମଚାରୀ ତଥା ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ୩୦. ୦୬. ୨୫ ଦିନ ଚାକିରୀ ରେ ଅବସର ନେଉଥିବେ, ସେମାନଙ୍କୁ ଲେବଲ 2 ରୁ ଲେବଲ 1 କୁ ପଦୋନ୍ନତ୍ତି ପ୍ରଦାନ କରାଯିବା କଥା। କିନ୍ତୁ କଳାହାଣ୍ଡି ଜିଲ୍ଲା ପରିପ୍ରେକ୍ଷୀରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଗତ ୨୨. ୦୬. ୨୫ ରବିବାର ତରବରିଆ ଭାବରେ ଡିପିସି ମାଧ୍ୟମରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ପଦୋନ୍ନତି ଦିଆଯାଇଥିଲା। 
ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଦୋନ୍ନତିରେ ବିଳମ୍ବ ପାଇଁ ପ୍ରକୃତରେ କାହାର ଭୁଲ ଏବଂ ଦାୟୀ କିଏ ଆଜି ଯାଏ ଏହାର କୌଣସି ସଠିକ ତ‌ଥ୍ୟ ଏବଂ ପାଇପାରୁ ନାହାନ୍ତି । ଫଳ ସ୍ୱରୂପ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ମାନସିକ ଓ ଆର୍ଥିକ ଚାପ ଗ୍ରସ୍ତର ଚାରଣ ସାଜିଛି । ପ୍ରକାଶ ଥାଉକି,ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ କନିଷ୍ଟ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆ ଯାଇଥିବା ପରିଲିକ୍ଷିତ ହେଉଅଛି। ଏହି ନିନ୍ଦନୀୟ ଘଟଣାର ତୀବ୍ର ପତିବାଦ ସ୍ୱରୂପ  ଆସାୟି ସ୍ୱାସ୍ଥ୍ୟ  ମହିଳା କର୍ମୀବୃନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟଳୟ ସ୍ୱମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବି ପାଇଁ ଧାରଣାରେ ବସିଛନ୍ତି। ଏନେଇ ଗଣ ମାଧ୍ୟମ ପ୍ରତିନିଧି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପଚାରିବାରୁ କୌଣସି ଉତ୍ତର ନ ରଖି ଫେରିଯାଇଥଲେ। ଉକ୍ତ ଧାରଣାରେ ଜିଲ୍ଲା ସଭାପତି ଶ୍ରୀମତୀ ନମିତା ସାହୁଙ୍କ ନେତୃତ୍ୱ ରେ ସିପ୍ରା ପଟ୍ଟନାୟକ, ସଂଜୁ ସାହୁ ତଥା ଜିଲ୍ଲାର ସମସ୍ତ ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମଚାରୀ ମାନେ ନିଜର ହକ ପାଇଁ  ବସିଥିବାର ଦେଖିବାକୁ ମିଳିଥିଲା।

What's Your Reaction?

like

dislike

love

funny

angry

sad

wow