ଓଡିଶା ପ୍ରାଣୀ ଚିକିତ୍ସା ବୈଷୟିକ ଅଧିକାରୀ/କର୍ମଚାରୀ ସଂଘ ,କଳାହାଣ୍ଡି ଶାଖା ର ତ୍ରୟ ବାର୍ଷିକ ସାଧାରଣ ଅଧିବେଶନ

Feb 01, 2026 - 22:45
0 15
ଓଡିଶା ପ୍ରାଣୀ ଚିକିତ୍ସା ବୈଷୟିକ ଅଧିକାରୀ/କର୍ମଚାରୀ ସଂଘ ,କଳାହାଣ୍ଡି ଶାଖା ର ତ୍ରୟ ବାର୍ଷିକ ସାଧାରଣ ଅଧିବେଶନ

ଅଦ୍ୟ ତା ୦୧/୦୨ ( ଷ୍ଟାର ନିୟୁଜ ଓଡିଶା )ରବିବାର ଦିନ ୧୨.୩୦ ଅପରାହ୍ନ ରେ ମେଦିନୀପୁର ନିକଟ ଜାଗୃତି ଗାଈ ଫାର୍ମ ଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଓଡିଶା ପ୍ରାଣୀ ଚିକିତ୍ସା ବୈଷୟିକ ଅଧିକାରୀ/କର୍ମଚାରୀ ସଂଘ ,କଳାହାଣ୍ଡି ଶାଖା ର ତ୍ରୟ ବାର୍ଷିକ ସାଧାରଣ ଅଧିବେଶନ ଓ ନୂତନ ସଙ୍ଘୀୟ ବ୍ୟବସ୍ଥାରେ ଆଗାମୀ ତିନି ବର୍ଷ ପାଇଁ ନେତୃତ୍ୱ ଚୟନ/ମନୋନୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ, ରାଜ୍ୟ ସଂଘ ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଲଲାଟେନ୍ଦୁ ଦଳେଇ, ସଂଗଠନ ସମ୍ପାଦକ ଶ୍ରୀ ରାମ ଚନ୍ଦ୍ର ବେହେରା, ବିଶେଷ ନିମନ୍ତ୍ରୀତ ଅତିଥି ରୂପେ ଯୋଗଦେଇଥିଲେ । ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନୀରଦ ଚନ୍ଦ୍ର କହଁର, ମୁଖ୍ୟ ବକ୍ତା ଭାବେ ଧର୍ମଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ମଧୁସୂଦନ ଦାସ, ସମ୍ମାନିତ ଅତିଥି ରୂପେ ଭବାନୀପାଟଣା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଭାତ କୁମାର ପରିଡ଼ା, ସଂଘ ର ଜିଲ୍ଲା ସଭାପତି ଶ୍ରୀ ମୋହିତ ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ନାୟକ ଭାଗନେଇ ସଂଘର ବିଭିନ୍ନ ଅସୁବିଧା, କାର୍ଯ୍ୟ କ୍ଷେତ୍ର ରେ ସମସ୍ୟା, ବିଭିନ୍ନ ପୂରଣ ନ ହୋଇଥିବା ଦାବୀ, ସଦସ୍ୟ ମାନଙ୍କ ପ୍ରମୋସନ୍, ଦରମା ଅସଙ୍ଗତି ଓ ପଦବୀ ପୁନର୍ଗଠନ ଉପରେ ଆଲୋଚନା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିଜ ନିଜ ର ମତ ରଖିଥିଲେ । ସଭା ଆରମ୍ଭ ପୂର୍ବରୁ ସଂଘର ପତାକା ଉତ୍ତୋଳନ ସହିତ ବିଭାଗରେ କାର୍ଯ୍ୟ କରି ଇହଲୀଳା ସମ୍ବରଣ କରିଥିବା ଦିବଂଗତ ଆତ୍ମା ମାନଙ୍କ ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ଓ ସହୀଦ ସ୍ମୃତି ସ୍ତମ୍ଭ  ଠାରେ ପୁଷ୍ପାଞ୍ଜଳି ଅର୍ପଣ, ଅତିଥି ପରିଚୟ ପ୍ରଦାନ ଓ ଦେବ ଦେବୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା । ସମସ୍ତ ମଞ୍ଚାସିନ ଅତିଥି ଓ ସରକାରୀ ସେବା ରୁ ଅବସର ନେଇଥିବା ପାଞ୍ଚ ଜନ ପ୍ରାଣୀ ସମ୍ପଦ ନିରୀକ୍ଷକ ଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ସହିତ ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସର୍ବ ସମ୍ମତି କ୍ରମେ ଆଗାମୀ ତିନି ବର୍ଷ ପାଇଁ ସଂଘ ର ନୂତନ କର୍ମକର୍ତ୍ତା ଚୟନ/ମନୋନୟନ ପ୍ରକ୍ରିୟା  ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଂଗଠନ ସମ୍ପାଦକ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ଚୁଡାନ୍ତ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ । ଶ୍ରୀ ମୋହିତ ପଟ୍ଟନାୟକ, ସଭାପତି, ଶ୍ରୀ ଶିବ ପ୍ରସାଦ ନାୟକ, ସମ୍ପାଦକ, ଶ୍ରୀ ସ୍ଵାଧୀନ ପଧାନ, ଉପସଭାପତି, ଶ୍ରୀ ରାମକୃଷ୍ଣ ବେମାଲ, କ୍ୟାସିଆର, ଶ୍ରୀ ମୁରାରୀ ପ୍ରଧାନୀ, ସଂଗଠନ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଶପଥ ଗ୍ରହଣ କରିଥିଲେ। ସମସ୍ତ  ଙ୍କୁ ଧନ୍ୟବାଦ୍ ପରେ ସଭା କାର୍ଯ୍ୟ ସାଙ୍ଗ ହୋଇଥିଲା ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ  ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User