କଂଗ୍ରେସ ଦଳର ଦୁଇ ଦିନିଆ ସର୍ବୋଦୟ ସଂକଳ୍ପ ଶିବିର।

Apr 13, 2025 - 21:34
0 98
କଂଗ୍ରେସ  ଦଳର ଦୁଇ ଦିନିଆ ସର୍ବୋଦୟ ସଂକଳ୍ପ ଶିବିର।

କଳାହାଣ୍ଡି ,୧୩l୪: ଭବାନୀପାଟଣା କଂଗ୍ରେସ ଦଳ ର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ପକ୍ଷରୁ ସ୍ତାନୀୟ ଅଗ୍ରସେନ ଭବନ ଠାରେ ଗତ ଦୁଇ ଦିନ ଧରି ଜିଲା ସ୍ତରୀୟ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ ଏହି ଙ୍କ ଅଧକ୍ଷତାରେ ଅନୁଷ୍ଟିତ ଶିବିରରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ଉଦଘାଟିତ କରି ପଞ୍ଚାୟତ ନିର୍ବାଚନ ର ବିଗୁଲ ଫୁଙ୍କି କହିଲେ ଓଡିଶାର ଜନ ଜୀବନର ସମସ୍ୟା କୁ ନେଇ କଂଗ୍ରେସ ଆଗାମୀ ଦିନରେ ସଂଘର୍ଷ ଜାରୀ କରିବ, ନାରୀ ପାଇଁ ନ୍ୟାୟ ଆନ୍ଦୋଳନ ଆହୁରି ଶାଣିତ କରିବ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ହାର 30 ପ୍ରତିଶତ କୁ ବୃଦ୍ଧି କରିବା ଲକ୍ଷ ରହିଚି ବୋଲି କହିଥିଲେ. ଉପଦେଷ୍ଟା ସଚିନ ନାୟକ, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଜାତୀୟ ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ, ରାଜ୍ଯ ସଂଗଠନ ଅଧକ୍ଷ ସୁଦର୍ଶନ ଦାସ, ଉପ ସଭାପତି ନିମାଇଁ ସରକାର, ସାଧାରଣ ସମ୍ପାଦକ ବିଜୟ ପ୍ରଧାନ, ରୂପକ ତୁରୁକ, ସୁବାସ ପ୍ରଧାନ, ନିରଞ୍ଜନ ଲେଙ୍କା, ସମ୍ପାଦିକା ଡଃ ମନିଥ ଦାସ ପଟନାୟକ,ସମ୍ପାଦକ ଦେବଦତ୍ତ ଦାସ, ପାଣ୍ଡବ କର୍ଣ୍ଣ, ପ୍ରତାପ ପ୍ରଧାନ, ପ୍ରଦ୍ୟୁମ୍ନ ଦାଶ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଭାରତ ର ସ୍ଵାଧୀନତା ସଂଗ୍ରାମ ରେ କଂଗ୍ରେସ ର ଭୂମିକା, ନୂତନ ଭାରତ ନିର୍ମାଣ ରେ କଂଗ୍ରେସ ର ଅବଦାନ ଓ ଗ୍ରାମ ସ୍ଵରାଜ୍ୟ ର ପ୍ରୟୋଗ ଭଳି ତିନି ପ୍ରମୂଖ ବିଷୟରେ ଆଲୋଚନା ହୋଇଥିଲା. ସୁଦର୍ଶନ ଦାଶ, ଭରତ ଠାକୁର, ମନୀଷା ଦାଶ ପଟନାୟକ, ରୁପକ ତୁରକ କର୍ମୀ ମାନଙ୍କୁ ତାଲିମ୍ ଦେଇଥିଲେ. ଦିତୀୟ ଦିବସରେ ସଦର ବିଧାୟକ ସାଗର ଚରଣ ଦାସ ଉଦଯାପନୀ କରି କର୍ମୀ ମାନଙ୍କୁ କହିଥିଲେ ଦୁଇ ଦିନ ଧରି ପାଇଥିବା ତାଲିମ୍ କୁ ଗ୍ରାମ ରେ ବ୍ୟବହାର କରି ଦଳ କୁ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ. ଦର୍ପଣ ସାଗର ର ପୁନରୁଦ୍ଧାର ପାଇଁ ସଂକଳ୍ପ ନିଆଯାଇଥିଲା

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User