କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

Jan 15, 2026 - 16:32
0 19
କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ

ଭବାନୀପାଟଣା, ୧୫/୦୧(  ଷ୍ଟାର ନିୟୁଜ ଓଡିଶା)- ବୁଦ୍ଧଙ୍କ ବାଣୀ ଭଳି ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଘଟଣାବଳୀ ଉପରେ ନିଜସ୍ୱ ଢଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ନିଜ ମଧ୍ୟରେ କରୁଣା, ସମ୍ବେଦନା ଭଳି ମାନବୀୟ ଗୁଣ ଅବଧାରଣା କରିବା କବିର ଧ୍ୟେୟ ହେବା ଉଚିତ ବୋଲି ଆଜି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଅନୁଷ୍ଠିତ  ଜିଲ୍ଲାସ୍ତରୀୟ କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି, ଲେଖକ ଓ ଗବେଷକ ଡ. ବାସୁଦେବ ସୁନାନୀ ନିଜ ବକ୍ତବ୍ୟରେ କହିଛନ୍ତି। ଆଜି ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ  କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ମୁଖ୍ୟଅତିଥି ଭାବେ ଡ. ବାସୁଦେବ ସୁନାନୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ପଦ୍ମଲୋଚନ ମିଶ୍ର, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ତଥା କବି ସମ୍ମିଳନୀ କମିଟିର ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ମଞ୍ଚାସୀନ ଥିଲେ। କବି ସମ୍ମିଳନୀ ଉପସମିତିର ଅଧ୍ୟକ୍ଷ ଡ. ତପନ କୁମାର ରଥ, ଉପାଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଆବାହକ ଡିଲେଶ୍ଵର ରଣାଙ୍କ ଉପସ୍ଥିତିରେ ସଭ୍ୟ ଜୟଦ୍ରଥ ସୁନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଧୀର କୁମାର ଧଙ୍ଗଡ଼ାମାଝୀ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାର ୨୦୦ ରୁ ଉର୍ଦ୍ଧ୍ବ କବିଙ୍କ କବିତାରେ ସମୃଦ୍ଧ ସଂକଳନ 'ନିଶାନ୍' ଲୋକାର୍ପିତ ହୋଇଥିଲା। ସେହିପରି ବରିଷ୍ଠ କବି ସୋହନଲାଲ ଅଗ୍ରୱାଲଙ୍କ ବ୍ୟଙ୍ଗ କବିତା ପୁସ୍ତିକା 'ହାସ୍ୟଂ ଶରଣଂ ଗଚ୍ଛାମି' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉପସମିତି ସଭ୍ୟ ଯାଦବେନ୍ଦ୍ର ସାହା, ସୁମତି ମୁଣ୍ଡ, ସଞ୍ଜୀବ କୁମାର ପଣ୍ଡା, ତପନ ସାହୁ, ବିଶ୍ୱରଞ୍ଜନ ପଣ୍ଡା ଓ କଳ୍ପନା ରଥଙ୍କ କବିତା ସଂଯୋଜନାରେ ଜିଲ୍ଲାର କୋଣ ଅନୁକୋଣରୁ ୨୩୦ ଜଣ କବି ସ୍ବରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ କବି ଐଶ୍ୱର୍ଯ୍ୟା ପ୍ରଧାନ, ସୁବ୍ରତା ମହାପାତ୍ର, ନିବେଦିତା ମହାନ୍ତି, ଆଶୁତୋଷ ପୁରୋହିତ, ତ୍ରିନାଥ ଶ୍ୟାମ କୁମାର ପ୍ରମୁଖ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User