ଫିରିଙ୍ଗିଆ ଥାନାରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ I

Jan 30, 2026 - 07:29
0 11
ଫିରିଙ୍ଗିଆ ଥାନାରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ I

ଫିରିଙ୍ଗିଆ,୧୫l୧(ଷ୍ଟାର ନିୟୁଜ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଶ୍ରୀ ମୁରଲୀଧର ସାହୁ ଯୋଗ ଦେଇଛନ୍ତି I ସେ ଆଗରୁ କଟକ ଜିଲ୍ଲା ର ମଙ୍ଗଳବାଗ ଥାନାରେ ସବ୍ ନିସ୍ପେକ୍ଟର ଭାବରେ ଦାୟିତ୍ୱ ରେ ରହି ଦକ୍ଷତାର ସହ କାର୍ଯ୍ୟକରି ବେସ ସୁନାମ ଅର୍ଜନ କରିଥିବା ବେଳେ ତାଙ୍କର ଇନ୍ସପେକ୍ଟର ଭାବରେ ପଦୋନ୍ନତି ପରେ ଫିରିଙ୍ଗିଆ ଥାନାରେ ଏହା ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ବୋଲି ସେ କହିଛନ୍ତି ତେବେ ପୂର୍ବରୁ ଏହି ଥାନାରେ ଶ୍ରୀ ଗୋପୀନାଥ ପ୍ରଧାନ ଥାନା ଅଧିକାରୀ ଭାବରେ ଦାୟିତ୍ୱ ରେ ଥିବା ସମୟରେ ତାଙ୍କର ଡିଏସପି ପଦବୀଙ୍କୁ ପଦୋନ୍ନତି ହୋଇଥିଲା I ପଦୋନ୍ନତି ପରେ ମଧ୍ୟ ସେ ଥାନା ଅଧିକାରୀ ଦାୟିତ୍ୱ ରେ ଥିଲେ I କିନ୍ତୁ କିଛିଦିନ ତଳେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ କେନ୍ଦ୍ରାପଡା ବଦଳି ହେବା ପରେ ଏହି ପଦବୀ ଖାଲି ରହିଥିଲା I ତେବେ ନୂତନ ଥାନା ଅଧିକାରୀ ଥାନାରେ ଯୋଗଦେବା ପରେ ଥାନା ତରଫରୁ ତାଙ୍କୁ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ଅନ୍ୟପଟେ ଫିରିଙ୍ଗିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବା ଅଂଚଳରୁ ଅପରାଧିକ କାର୍ଯ୍ୟ କଳାପ ଉପରେ ରୋକ ଲଗେଇବା ପାଇଁ ଚେଷ୍ଟା ଜାରିରହିବ ବୋଲି ନୂତନ ଥାନା ଅଧିକାରୀ କହିବା ସହ କିଭଳି ଭାବରେ ସ୍ଥାନୀୟ ଜନ ସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ ସେନେଇ ସତ ପ୍ରତିଶତ ଚେଷ୍ଟା କରିବି ବୋଲି କହିବା ସହ ସ୍ଥାନୀୟ ଜନ ସାଧାରଣ ଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User