କଳାହାଣ୍ଡି ଜିଲ୍ଲାରେ ଯୌତୁକ ନିଷେଧ ଆଇନ ୧୯୬୧ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ।

Nov 07, 2025 - 20:40
0 12
କଳାହାଣ୍ଡି ଜିଲ୍ଲାରେ ଯୌତୁକ  ନିଷେଧ  ଆଇନ ୧୯୬୧ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ।

ଭବାନୀପାଟଣା,୭l୧୧ (ଷ୍ଟାର ନିୟୁଜ ଓଡିଶା): ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, କଳାହାଣ୍ଡି ଦ୍ୱାରା ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ପରିସରର ସଦଭାବନା ସଭାଗୃହ ଠାରେ “ଯୌତୁକ ନିଷେଧ ଆଇନ, ୧୯୬୧” ବିଷୟରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ୟକ୍ରମ ଆୟୋଜିତ ହେଲା। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଯୌତୁକ ବିରୋଧୀ ଆଇନର ବିଭିନ୍ନ ବିଧାନ, ଦଣ୍ଡନୀୟ ଅପରାଧ ଓ ପ୍ରବଳ ପ୍ରୟୋଗ ବିଷୟରେ ସଚେତନତା ବୃଦ୍ଧି କରିବା। ପ୍ରଶିକ୍ଷଣରେ ଘରୋଇ ହିଂସା (ନିବାରଣ) ଅଧିନିୟମ, ୨୦୦୫, ପୀଡିତାଙ୍କ ପାଇଁ ଉପଲବ୍ଧ ସହାୟତା ସେବା, ପରାମର୍ଶ ପ୍ରକ୍ରିୟା ଏବଂ ସମ୍ପର୍କିତ ବିଭାଗ ସହ ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ଏହା ସହିତ ଘରୋଇ ହିଂସା ପ୍ରତିରୋଧ ପାଇଁ ସମାଜିକ ସଚେତନତା, ପୀଡିତାଙ୍କ ପକ୍ଷରେ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ଆଲୋଚନା କରାଯାଇ ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା । ଭାବନିପାଟଣା ଉପଜିଲ୍ଲାପାଲ ପ୍ରଭାତ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଏହି କାର୍ୟକ୍ରମରେ ଯୋଗଦାନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷ୍ୟା ଅଧିକାରୀ ଦିନେଶ କୁମାର କାହଁର, ଜେଜେବି ସଦସ୍ୟ ସ୍ୱର୍ଣ୍ଣଲତା ମହାନ୍ତି, ପୁଲିସ ନିରୀକ୍ଷକ ପ୍ରତିଭା ପାଢି ଉପଖଣ୍ଡ ସ୍ତରୀୟ ପ୍ରୋଗ୍ରାମ ଅଫିସର ଆଶା ରଣୀ ସାହୁ , ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ ଏଟ ଆକ୍ସନ ଦିବ୍ୟ ରଞ୍ଜନ ଯୋଷି, ୱାନ ସ୍ଟପ ସେଣ୍ଟର, ଶକ୍ତି ସଦନ, ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଏବଂ ଏଫ. ସି. ସି ର ପ୍ରତିନିଧିମାନେ ଯୋଗଦେଇଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ ସମସ୍ତଙ୍କୁ ସ୍ବାଗତ ଜଣାଇ କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉପ-ଜିଲ୍ଲାପାଲ ପ୍ରଭାତ କୁମାର ପରିଡା ଘୋରଇ ହିଂଶା ରୋକିବାରେ ଯୌତୁକ ପ୍ରଥା ନିରାକରଣର ଭୂମିକାକୁ ସମସ୍ତଙ୍କୁ ବୁଝାଇ କହିଥିଲେ । ତାଲିମ ଦାତା ସୁଧାଂଶୁ କୁମାର ନନ୍ଦ ଯୌତୁକ ସମ୍ବନ୍ଧୀୟ ସମସ୍ତ ଆଇନ ଓ ଦଣ୍ଡବିଧାନ ଗୁଡିକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ପୁଲିସ ନିରୀକ୍ଷକ ପ୍ରତିଭା ପାଢି ଚଳିତ ସମଯରେ ଯୌତୁକ ପ୍ରଥାକୁ ନେଇ ଘଟୁଥିବା ବିଭିନ୍ନ ଘଟଣାବଳିକୁ ଜଣେଇଥିଲେ। ଶେଷରେ ଜିଲ୍ଲା ସଂଯୋଜକ ଏଡଏଟଏଟ୍ ଆକ୍ସନ, ଦିବ୍ୟ ରଞ୍ଜନ ଯୋଷି ଯୌତୁକ ନିବାରଣ ଉପରେ ଆଧାରିତ ଏକ ଶପଥ ପାଠ ସମସ୍ତ ଅଂଶ ଗ୍ରହଣକରି ମାନଙ୍କୁ ନେଇ କରାଇଲେ ଏବଂ ସର୍ବ ଶେଷରେ ଧନ୍ୟବାଦ ଜଣାଇଲେ।

କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User