କଳାହାଣ୍ଡି ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

Sep 23, 2025 - 04:56
0 15
କଳାହାଣ୍ଡି ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।

କଳାହାଣ୍ଡି,୨୨l୮(ଷ୍ଟାର ନିୟୁଜ ଓଡିଶା) : ସମସ୍ତ ନିର୍ବାଚନରେ ଇଭିଏମ୍ ହଟାଇ ବେଲେଟ୍‌ ପେପର କାର୍ଯ୍ୟକାରୀ କରିବା ନିମନ୍ତେ ,ପଛୁଆ ବର୍ଗ (ଓବିସି) ଏବଂ ସମସ୍ତ ଜାତି ସମୂହର ଜାତିଭିତ୍ତିକ ଜନଗଣନା କରିବା ନିମନ୍ତେ, ଦେଶରେ ଭିନ୍ନ ଭିନ୍ନ ଧର୍ମକୁ ପାଳନ କରୁଥିବା ଆଦିବାସୀ ଏବଂ ଖ୍ରୀଷ୍ଟିଆନ୍‌ଙ୍କ ପ୍ରତି କରାଯାଉଥୁବା ପକ୍ଷପାତପୂର୍ଣ ବ୍ୟବହାର ବିରୁଦ୍ଧରେ, ରାଜ୍ଯରେ ବେରୋଜଗାର ଯୁବ ପିଢିଙ୍କୁ ନିଯୁକ୍ତି ନଦେଇ ଅବସର କର୍ମଚାରୀଙ୍କୁ ପୂନଃ ନିଯୁକ୍ତି ଦେବା ପ୍ରତିବାଦରେ, ଏମ୍‌ବିବିଏସ୍. ଏଲ୍‌ଟି, ନର୍ସି, ବିଫାର୍ମ, ଏମ୍‌ଆର୍ଚ, ଓୟୁଏଟି, ବିଇଡି ଇତ୍ୟାଦି ଭଳି ବୈଷୟିକ ଶିକ୍ଷାରେ ଅନୁସୂଚୀତ ଜନଜାତିଙ୍କୁ ୨୨.୦୫%, ଅନୁସୂଚୀତ ଜାତିଙ୍କୁ ୧୫% ଏବଂ ପଛୁଆବର୍ଗ (ଓବିସି) ଙ୍କୁ ୫୨% ସଂରକ୍ଷଣ ତୁରନ୍ତ ଦିଆଯିବା ଦାବୀରେ , ବିଗତ ତା.୩୦.୦୮.୨୦୨୫ ରେ ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ବାରା ପ୍ରକାଶିତ ଏସ୍.ସି ଏସ୍.ଟି ଅତ୍ୟାଚାର ନିବାରଣ ଅଧୁନିୟମ (SC/ST Atrocity POA Act.) ବିଜ୍ଞପ୍ତି ବିରୋଧରେ , କଳାହାଣ୍ଡି ଜିଲ୍ଲାରେ ଏସ୍.ଏସ୍.ଡି ବିଦ୍ୟାଳୟ ଗୁଡିକର ଅବ୍ୟବସ୍ଥା ସମ୍ବନ୍ଧରେ । ସମସ୍ତ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀ ମାନଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ ସମ୍ବନ୍ଧରେ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବାମ୍ ସେଫ୍ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରି ଦାବିକରିଛନ୍ତି ବାମ ସେଫ୍ ସଂଘର ଭାରତ ମୁକ୍ତି ମୋର୍ଚ୍ଚା ଓ ସବୁ ସହଯୋଗୀ ସଂଘର କାର୍ଯ୍ୟକର୍ତ୍ତା ମାନେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User