କଳାହାଣ୍ଡିରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ : କେସିଙ୍ଗା ଏମ୍‌ଏସ୍‌ଏମ୍‌ଇ ପାର୍କ ଉଦ୍‌ଘାଟିତ, ୫ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ

Jun 27, 2026 - 22:58
0 73
କଳାହାଣ୍ଡିରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ବଡ଼ ପ୍ରୋତ୍ସାହନ : କେସିଙ୍ଗା ଏମ୍‌ଏସ୍‌ଏମ୍‌ଇ ପାର୍କ ଉଦ୍‌ଘାଟିତ, ୫ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ

କେସିଙ୍ଗା, ତା. ୨୭/୦୬ :(ଷ୍ଟାର ନିୟୁଜ ଓଡିଶା )ଆନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ଶିଳ୍ପ ବିକାଶ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ୍ ମାଧ୍ୟମରେ କେସିଙ୍ଗା ବ୍ଲକ୍‌ର କୁର୍ଲୁପଡାଠାରେ ୪୮.୭୯ ଏକର ପରିମିତ ଏମ୍‌ଏସ୍‌ଏମ୍‌ଇ ପାର୍କର ଉଦ୍‌ଘାଟନ କରିବା ସହ ଜିଲ୍ଲାର ୫ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏମ୍‌ଏସ୍‌ଏମ୍‌ଇ ପାର୍କରେ ନୂତନ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀମାନଙ୍କୁ ରିହାତି ଦରରେ ଜମି ଯୋଗାଇ ଦିଆଯିବ। ଏହା ଜିଲ୍ଲାରେ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୃଷ୍ଟି ଏବଂ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ଜିଲ୍ଲାର ୪ଟି ନୂତନ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ର ଉଦ୍‌ଘାଟନ କରାଯାଇଥିଲା। ସେଗୁଡ଼ିକ ହେଲା – କଲ୍ତିକାଶ ବାୟୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ରାଇସ୍ ହସ୍କ ଆଶ୍ ଆଧାରିତ ଗ୍ରାନୁଲ୍ସ ଉତ୍ପାଦନ), ଶ୍ରୀ ରାଧାରମଣ ଆଗ୍ରିଟେକ୍ ଇଣ୍ଡଷ୍ଟ୍ରିଜ୍ LLP (ଆଧୁନିକ ରାଇସ୍ ମିଲ୍), ବେଦନବୀ ଫୁଡ୍ସ (କାଜୁ ପ୍ରକ୍ରିୟାକରଣ ୟୁନିଟ୍) ଏବଂ ସ୍ନିଗ୍ଧା ଫ୍ୟାବ୍ରିକ୍ସ (ଆଧୁନିକ ଫ୍ଲାଏ ଆଶ୍ ବ୍ରିକ୍ସ ୟୁନିଟ୍)। ସେହିପରି ଆର୍ଯ୍ୟାନ୍ ଏଣ୍ଟରପ୍ରାଇଜେସ୍ର ଗ୍ରାନାଇଟ୍ ଶିଳ୍ପ ପାଇଁ କେସିଙ୍ଗା ଆଇଡିସିଓ ଏମ୍‌ଏସ୍‌ଏମ୍‌ଇ ପାର୍କରେ ଭୂମିପୂଜନ ମଧ୍ୟ ସମ୍ପନ୍ନ ହୋଇଥିଲା।
ଏହି ଉପଲକ୍ଷେ ଭବାନୀପାଟଣା ଟାଉନ୍ ହଲ୍‌ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ *ଉଦ୍ୟମୀ ଓଡ଼ିଶା – ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ"*ର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କ ଉତ୍ପାଦ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ୩୦୦ରୁ ଅଧିକ ଉଦ୍ୟୋଗୀ, ଶିଳ୍ପପତି, ଛାତ୍ରଛାତ୍ରୀ ଓ ସାଧାରଣ ଜନସାଧାରଣ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ

ରେ କଳାହାଣ୍ଡି ସାଂସଦ ମାଳବିକା ସିଂହଦେଓ କହିଥିଲେ ଯେ, ଏହି ଏମ୍‌ଏସ୍‌ଏମ୍‌ଇ ପାର୍କ ଓ ନୂତନ ଶିଳ୍ପ ପ୍ରକଳ୍ପଗୁଡ଼ିକ କଳାହାଣ୍ଡିରେ ଶିଳ୍ପାୟନ, ନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟୋଗୀତାର ବିକାଶକୁ ନୂତନ ଗତି ପ୍ରଦାନ କରିବ।
ଏହି ଅବସରରେ ବିଭିନ୍ନ ବରିଷ୍ଠ ସରକାରୀ ଅଧିକାରୀ, ମିଶନ ଶକ୍ତିର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, କେସିଙ୍ଗାର ବୁଦ୍ଧିଜୀବୀ, ମିଲର୍ସ ଆସୋସିଏସନର ସଦସ୍ୟ ଏବଂ କୁର୍ଲୁପଡା ଗ୍ରାମବାସୀ ଉପସ୍ଥିତ ଥିଲେ।
–କେସିଙ୍ଗା ରୁ ଷ୍ଟାରନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User