ଭାଜପା ଅତିଥିଙ୍କ ଅନୁପସ୍ଥିତିରେ ଏନ୍‌ଏସି ଅଧ୍ୟକ୍ଷଙ୍କ ହାତରେ ଗୋଷ୍ଠୀକେନ୍ଦ୍ର ଉଦ୍ଘାଟନ କେସିଙ୍ଗାରେ ଉଦ୍ଘାଟନକୁ ନେଇ ରାଜନୈତିକ ଟଣାପୋଡ଼ା, ଶେଷରେ ଲୋକଙ୍କ ପାଇଁ ଖୋଲିଲା ୧.୨୬ କୋଟିର ଗୋଷ୍ଠୀକେନ୍ଦ୍ର

Jun 27, 2026 - 20:25
0 41
ଭାଜପା ଅତିଥିଙ୍କ ଅନୁପସ୍ଥିତିରେ ଏନ୍‌ଏସି ଅଧ୍ୟକ୍ଷଙ୍କ ହାତରେ ଗୋଷ୍ଠୀକେନ୍ଦ୍ର ଉଦ୍ଘାଟନ କେସିଙ୍ଗାରେ ଉଦ୍ଘାଟନକୁ ନେଇ ରାଜନୈତିକ ଟଣାପୋଡ଼ା, ଶେଷରେ ଲୋକଙ୍କ ପାଇଁ ଖୋଲିଲା ୧.୨୬ କୋଟିର ଗୋଷ୍ଠୀକେନ୍ଦ୍ର

କେସିଙ୍ଗା, ୨୭ l୬(ଷ୍ଟାରନିୟୁଜ ଓଡିଶା ):

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସିର ବଗାଡ଼ ୱାର୍ଡ ନଂ–୨ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନକୁ ନେଇ ଶନିବାର ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା। ପୂର୍ବ ନିର୍ଦ୍ଧାରିତ ଭାଜପାର ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗ ନଦେବା ପରେ ଶେଷରେ କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ କାଉନ୍ସିଲରମାନଙ୍କ ଉପସ୍ଥିତିରେ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ପୂର୍ବରୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଏହି ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ ପାଇଁ ବିଭିନ୍ନ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଭାଜପାର ଜଣେ ସାଂସଦଙ୍କୁ ମୁଖ୍ୟ ଅତିଥି ଭାବେ ଏବଂ ରାଜ୍ୟସଭା ସାଂସଦ ସୁଜିତ କୁମାର, ସଦର ବିଧାୟକ ସାଗର ଚରଣ ଦାଶଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ସମ୍ମାନିତ ଅତିଥି ଭାବେ ଡାକାଯାଇଥିଲା।
ତେବେ ବିଜେଡି ନେତାଙ୍କୁ ନିମନ୍ତ୍ରଣ କରାଯାଇଥିବାକୁ ନେଇ କିଛି ଭାଜପା କର୍ମୀ ଆପତ୍ତି ଉଠାଇ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହାପରେ ଉଦ୍ଘାଟନ କାର୍ଯ୍ୟକ୍ରମକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଏନ୍‌ଏସି ପକ୍ଷରୁ କୁହାଯାଇଛି ଯେ ପ୍ରଶାସନିକ ସ୍ତରରୁ ଉଦ୍ଘାଟନ ନକରିବାକୁ ପରାମର୍ଶ ମିଳିଥିଲା।
ଏହା ସତ୍ତ୍ୱେ ଏନ୍‌ଏସି ଅଧ୍ୟକ୍ଷ, କାଉନ୍ସିଲର ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ପରେ ଲୋକସ୍ୱାର୍ଥକୁ ପ୍ରାଥମିକତା ଦେଇ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରାଯାଇଥିଲା। ଏହି କେନ୍ଦ୍ର ଆଗାମୀ ଦିନରେ ୱାର୍ଡବାସୀଙ୍କ ସଭା, ସାମାଜିକ କାର୍ଯ୍ୟକ୍ରମ, ବିବାହ ଓ ବିଭିନ୍ନ ଜନହିତକର ଅନୁଷ୍ଠାନ ପାଇଁ ବ୍ୟବହୃତ ହେବ।
ଉଦ୍ଘାଟନ ପରେ ସ୍ଥାନୀୟ ଲୋକେ ଏନ୍‌ଏସି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ନୃପରାଜ ଯାଦବ କହିଛନ୍ତି, "ଆମ ଦଳର ବରିଷ୍ଠ ନେତା ଦିବ୍ୟଶଙ୍କର ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ଭାଜପାର ଅତିଥିମାନେ କାର୍ଯ୍ୟକ୍ରମକୁ ଆସିନଥିଲେ। ତଥାପି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରାଯାଇଛି।"
କେସିଙ୍ଗା ରୁ ସୁଜୟ ନଙ୍ଗାଳତି ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User