ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକଙ୍କ ସମେତ ୩ ଗିରଫ, ୩୩ କେଜି ଗଞ୍ଜେଇ ଜବତ

Jun 27, 2026 - 23:07
0 92
ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ଦୁଇ ଶିକ୍ଷକଙ୍କ ସମେତ ୩ ଗିରଫ, ୩୩ କେଜି ଗଞ୍ଜେଇ ଜବତ

କେସିଙ୍ଗା /କର୍ଲlମୁଣ୍ଡା , ୨୭l୬: ( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକଙ୍କ ସମେତ ତିନି ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ବରଗାଁ ଛକ ନିକଟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, କର୍ଲାମୁଣ୍ଡା ବ୍ଲକ ସରଗୁଲ-ମାଲପଡ଼ା ଗ୍ରାମର କିଶୋର କୁମାର, ରିଞ୍ଜା ଗ୍ରାମର ଜୀତେନ୍ଦ୍ର କୁମାର ସାହୁ ଓ କର୍ଲାମୁଣ୍ଡା ବସ୍ତିର ସଞ୍ଜୟ ବାଗ ଏକ କାର (ଓଡି–୦୨–ସିଏଲ–୮୫୨୪) ଯୋଗେ ଗଞ୍ଜେଇ ଚାଲାଣ କରୁଥିଲେ। କୌଣସି ବିଶେଷ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗର ମିଳିତ ଟିମ୍ ବରଗାଁ ଛକରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।
ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ୩୩ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରାଯାଇଛି। ପରେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ଗିରଫ ହୋଇଥିବା କିଶୋର କୁମାର ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବଂ ଜୀତେନ୍ଦ୍ର କୁମାର ସାହୁ ବତିକୁପା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ, କିଶୋର କୁମାରଙ୍କ ନାମରେ ପୂର୍ବରୁ ନକଲି ଶିକ୍ଷାଗତ ପ୍ରମାଣପତ୍ର ବ୍ୟବହାର କରି ଯୁବକ-ଯୁବତୀଙ୍କୁ ପୋଷ୍ଟାଲ ଚାକିରି କରାଇଦେବା ନାମରେ ଠକେଇ ଅଭିଯୋଗ ରହିଥିବା ବେଳେ, ସେହି ମାମଲାର ତଦନ୍ତ ସିବିଆଇ କରୁଥିବା ସୂଚନା ମିଳିଛି। ତେବେ ସେହି ମାମଲାର ଆଇନଗତ ପ୍ରକ୍ରିୟା ଚାଲିଥିବାରୁ ଅଭିଯୋଗଗୁଡ଼ିକ ଅଦାଲତରେ ବିଚାରାଧୀନ ରହିଛି।
ଫଟୋ କ୍ୟାପସନ:
୧. ଗିରଫ ହୋଇଥିବା ଦୁଇ ଶିକ୍ଷକ।
୨. ଜବତ ଗଞ୍ଜେଇ ସହ ଅବକାରୀ ବିଭାଗ ହେପାଜତରେ ତିନି ଅଭିଯୁକ୍ତ।
  
ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡ଼ିଶା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User