କଳାହାଣ୍ଡି ଜୁନାଗଡ଼ ବ୍ଲକରେ ମନରେଗା ଦୁର୍ନୀତି: କାଗଜପତ୍ରରେ ପୋଖରୀ, ଧରାପଡ଼ିଲା ହରିଲୁଟ୍।

Jun 27, 2026 - 23:25
0 27
କଳାହାଣ୍ଡି ଜୁନାଗଡ଼ ବ୍ଲକରେ ମନରେଗା ଦୁର୍ନୀତି: କାଗଜପତ୍ରରେ ପୋଖରୀ, ଧରାପଡ଼ିଲା ହରିଲୁଟ୍।

ଜୁନାଗଡ଼. ତା.୨୭l୦୬( ଷ୍ଟାର ନିୟୁଜ ଓଡିଶା )ମନରେଗା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଛି,ବିନା କାମରେ ଉଠୁଛି ବିଲ । ହଁ ଆଜ୍ଞା ଏଭଳି ସାଂଘାତିକ ଅଭିଯୋଗ ହୋଇଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମହିଚଳା ଗ୍ରାମପଞ୍ଚାୟତ ରେ । ଏଠାରେ ପୋଖରୀ କାର୍ଯ୍ୟ କୁ ନେଇ ଚାଲିଛି ହରିଲୁଟ ।ଏନେଇ ଜୁନାଗଡ଼ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ABDO) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତଦନ୍ତ କରାଯିବ।
#ବାଇଟ ୧ ABDO 
ଗରିବଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା, ମହିଚଲା ଗ୍ରାମପଞ୍ଚାୟତ ରେ ହୋଇଛି ଦୁର୍ନୀତିର ଖଣି!
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କାମ ସ୍ଥାନରେ ନା ରହିଛି କୌଣସି ସୂଚନା ଫଳକ ବୋର୍ଡ଼, ନା ନିୟୋଜିତ ହଉଛନ୍ତି ଶ୍ରମିକ। ମାତ୍ର, NMMS ମୋବାଇଲ ମୋନିଟରିଂ ମାଧ୍ୟମରେ କିଛି ଜବ୍ କାର୍ଡ ଧାରୀଙ୍କୁ ମୋହରା ବନାଇ, ଶ୍ରମିକ ପରିବର୍ତ୍ତେ  JCB ଲଗାଇ ଅଳ୍ପ କାମ ରେ ଏହି ଟଙ୍କା ହଡ଼ପ ହୋଉଥିବା ଅଭିଯୋଗ ହୋଇଛି।
#ବାଇଟ ୨ 
ମହିଚଲା ପଞ୍ଚାୟତର ଚକୁଳି ଗ୍ରାମରେ ଥିବା ଏକମାତ୍ର ସରକାରୀ ପୋଖରୀ ପାଇଁ 'ଏକ୍ସାଭେସନ ଅମୃତ ସରୋବର' ୧୦ ଲକ୍ଷ୍ୟ ଓ 'ଏକ୍ସାଭେସନ ଆଗ ବନ୍ଦ' ୫ ଲକ୍ଷ୍ୟ ନାମରେ ଦୁଇଟି ପ୍ରକଳ୍ପ ଦର୍ଶାଯାଇ ଅର୍ଥ ହଡ଼ପ କରାଯାଉଛି। ବାସ୍ତବରେ କୌଣସି କାର୍ଯ୍ୟ ହୋଇନଥିଲେ ବି କାଗଜପତ୍ରରେ ସବୁ ଠିକ୍ ଥିବା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି ଦୁର୍ନୀତିଖୋର।
#ବାଇଟ ୩ 
 ଖାଲି ସେତିକି ନୁହଁ ଅନ୍ୟ ପ୍ରକଳ୍ପ ରେ ମଧ୍ୟ ବ୍ୟାପକ ଦୁର୍ନୀତି ମାମଲା ଜଣାପଡ଼ିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User