କଳାହାଣ୍ଡିରେ ଖସଡ଼ା ଭୋଟର ତାଲିକା ପ୍ରକାଶ, ସେପ୍ଟେମ୍ବର ୬ରେ ଆସିବ ଚୂଡ଼ାନ୍ତ ତାଲିକା
ଭବାନୀପାଟଣା, ତା. ୫/୭ (ଷ୍ଟାରନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଅନୁସାରେ ରବିବାର ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି। ଭାରତ ନିର୍ବାଚନ ଆୟୋଗ ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଓ ବୁଥ୍ରେ ଏହି ଖସଡ଼ା ତାଲିକା ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ କରାଯାଇଛି।
ଖସଡ଼ା ତାଲିକା ପ୍ରକାଶ ପରେ ଭୋଟରମାନେ ନିଜ ନାମ ଯାଞ୍ଚ କରିପାରିବେ। ନୂତନ ନାମ ସାମିଲ, ନାମ ବାଦ କିମ୍ବା ତଥ୍ୟ ସଂଶୋଧନ ସମ୍ପର୍କିତ ଦାବି ଓ ଆପତ୍ତି ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଦାଖଲ କରିବାର ସୁଯୋଗ ରହିବ। ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ପରେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କଳାହାଣ୍ଡି ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ନାଗରିକଙ୍କୁ ନିଜ ଭୋଟର ବିବରଣୀ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂଶୋଧନ ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)