କଳାହାଣ୍ଡିର ଗୌରବ: ବିଶ୍ୱ ଯୁବ ପାରା କ୍ରୀଡ଼ାରେ ପଦକ ବିଜେତା ଆକାଶ ମୁଣ୍ଡଙ୍କୁ ଭବାନୀପାଟଣାରେ ଭବ୍ୟ ସ୍ୱାଗତ

Jul 04, 2026 - 12:58
0 4
କଳାହାଣ୍ଡିର ଗୌରବ: ବିଶ୍ୱ ଯୁବ ପାରା କ୍ରୀଡ଼ାରେ ପଦକ ବିଜେତା ଆକାଶ ମୁଣ୍ଡଙ୍କୁ ଭବାନୀପାଟଣାରେ ଭବ୍ୟ ସ୍ୱାଗତ

ଭବାନୀପାଟଣା,୪l୭( ଷ୍ଟାର ନିୟୁଜ ଓଡିଶା ):

କଳାହାଣ୍ଡି ପାଇଁ ଆଉ ଏକ ଗର୍ବର ମୁହୂର୍ତ୍ତ। ବିଶ୍ୱ ଯୁବ ପାରା କ୍ରୀଡ଼ା ପ୍ରତିଯୋଗିତା *(world Abilitysports Youth Games)*ରେ ପଦକ ଜିତି ଦେଶ, ରାଜ୍ୟ ଓ କଳାହାଣ୍ଡିର ଗୌରବ ବଢ଼ାଇଥିବା ପାରା-ଆଥଲେଟ୍ ଆକାଶ ମୁଣ୍ଡଙ୍କୁ ନିଜ ଜନ୍ମମାଟି ଭବାନୀପାଟଣାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
ଆକାଶ ଭବାନୀପାଟଣା ପହଞ୍ଚିବା ପରେ କଲେଜ ଛକରେ ଶତାଧିକ କ୍ରୀଡ଼ାପ୍ରେମୀ, ଯୁବବର୍ଗ ଓ ସ୍ଥାନୀୟ ବାସିନ୍ଦା ଫୁଲମାଳା, ପୁଷ୍ପଗୁଚ୍ଛ ଏବଂ କରତାଳିରେ ତାଙ୍କୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ପରେ ସେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ।
ଗଣମାଧ୍ୟମ ସହ ଆଲୋଚନା ବେଳେ ଆକାଶ କହିଥିଲେ ଯେ, ଭବାନୀପାଟଣା ଭଳି ଏକ ସହରରୁ ଉଠି ଆନ୍ତର୍ଜାତୀୟ ସ୍ତରରେ ପଦକ ଜିତିବା ସହଜ ନଥିଲା। କଠିନ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିରନ୍ତର ଅଭ୍ୟାସ ତାଙ୍କୁ ଏହି ସଫଳତା ଦେଇଛି। ଆଗାମୀ ଦିନରେ ପାରାଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରି ଦେଶ ପାଇଁ ପଦକ ଜିତିବା ହିଁ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ସହରବାସୀଙ୍କ ଭଲପାଇବା, ସମ୍ମାନ ଓ ଉତ୍ସାହ ତାଙ୍କୁ ଆହୁରି ପ୍ରେରଣା ଯୋଗାଇଥିବା ବେଳେ ଆକାଶଙ୍କ ଏହି ସଫଳତା କଳାହାଣ୍ଡିର ଅନେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ପ୍ରେରଣା  ପାଲଟିଛି।
ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User