କାର୍‌ରୁ ୧୩୦ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

Apr 08, 2025 - 21:13
0 318
କାର୍‌ରୁ ୧୩୦ କିଲୋ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

କନ୍ଧମାଳ,୮l୪ : କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ସୋମ‌ବାର ସନ୍ଧ୍ୟା ସମୟରେ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଲୁହୂରବାଲି ଗାଁର ଉମେଶ ଚନ୍ଦ୍ର ଦିଗାଲ ଏବଂ ରାଜେଶ କୁମାର ଦିଗାଲ।ସୂଚନା ଅନୁସାରେ, ଏକ କାରରେ ଗଞ୍ଜେଇ ଚାଲାଣ ହେଉଥ‌ିବା ନେଇ ଫିରିଙ୍ଗିଆ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ କୁମାର ରାଉତଙ୍କ ନେତୃତ୍ୱରେ ଏକ ଟିମ୍ ଫୁଲବାଣୀ ବାଲିଗୁଡ଼ା ରାସ୍ତାର ବାଲିକିଡାଡି ଛକ ନିକଟରେ ଜଗି ରହିଥିଲେ। ସମ୍ପୂକୁ କାରଟି ସେହି ରାସ୍ତା ଦେଇ ଯିବା ବେଳେ ଧରିବାରେ ସଫଳ ହୋଇଥିଲେ। କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏନେଇ ଫିରିଙ୍ଗିଆ ଥାନାରେ ୮୩/୨୫ ରେ ଏକ ମାମଲା ରୁଜୁ କରାଯାଇଛି। ଜବତ କାର ଓ ଗଞ୍ଜେଇ ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରି ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

What's Your Reaction?

Like Like 4
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 1

Comments (0)

User