କୁଲିଆମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Jul 10, 2025 - 14:17
0 39
କୁଲିଆମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ତା ୧୦/୦୭(ଷ୍ଟାରନିୟୁଜ ଓଡିଶା) ଭବାନୀପାଟଣା ସଦର ବ୍ଲକ  ଅନ୍ତର୍ଗତ କୁଲିଆମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ କଅଁର ଙ୍କ ତତ୍ତ୍ୱାବଧାନ ଏବଂ କଳାହାଣ୍ଡି ସିଟିଜେନ ଫୋରମ୍ ର ମିଳିତ ଆନୁକୁଲ୍ୟରେ  ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ହାଉସ ଏବଂ କ୍ଲବ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା । ଅପରାହ୍ନ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ସିଟିଜେନ ଫୋରମ୍ ର ସଭାପତି ଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ସାଧାରଣ ସମ୍ପାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ଏବଂ ସମ୍ପାଦକ ଅଶୋକ କୁମାର ମିଶ୍ର ଯୋଗଦାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ମହାତ୍ମା ବିଷୟରେ ଅବଗତ କରିଥିଲେ । ଉକ୍ତ ବୈଠକ କୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅନିଲ କୁମାର ନାୟକ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟ ର ଶିକ୍ଷକ ମୀନକେତନ ସାହୁ , କେ ଶିବ କୁମାର , ଶିଶିର କାନ୍ତ ସାହୁ , ବିପ୍ଲବ ବେହେରା,ଦୀପକ ଶର୍ମା, ଅମିତ୍ କୁମାର ନିଆଲ,ଆଶ୍ୱିନ କୁମାର ସାହୁ , ଜୟରାମ କରୁଆଁ,ଅଶୋକ କୁମାର ବିଶି,କୁଞ୍ଜ ବିହାରୀ ଗୌଡ, ଶିକ୍ଷୟତ୍ରୀ ସମ୍ରିତା କୁମାରୀ କାନ୍ଦୁଲୁ ପ୍ରମୁଖ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User