କେବେ ସୁଧୁରିବ ଧୋଡ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ।

Aug 01, 2025 - 16:52
0 122
କେବେ ସୁଧୁରିବ ଧୋଡ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ୟା ।

ଝରିଗାଁ,୧l୮(ଷ୍ଟାର ନିୟୁଜ ଓଡ଼ିଶା):  ସରକାରୀ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରର ଅବସ୍ଥା ସାମ୍ନାକୁ ଆସିଛି । ସରକାରୀ ତହବିଲରୁ କୋଟି କୋଟି ଟଙ୍କା ପ୍ରାଥମିକ ଶିକ୍ଷାରେ ସୁଧାର ଆଣିବାକୁ ଖର୍ଚ୍ଚ ହେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । କେବଳ କାଗଜ ପତ୍ରରେ ଏସବୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ସ୍କୁଲର ବ୍ୟବସ୍ଥାରେ କିନ୍ତୁ କିଛି ହେଲେ ସୁଧାର ଆସୁନାହିଁ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧୋଡ୍ରା । ୧୯୯୧ ମସିହାରେ ସ୍କୁଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସ୍କୁଲର ଅବ୍ୟବସ୍ଥା ପ୍ରତି ସରକାରୀ ଉଦାସୀନତା ସାଧାରଣତଃରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍କୁଲରେ କେମିତି ପାଠପଢ଼ା ହେଉଛି, ପିଲା ମଧ୍ୟାହ୍ନ ଭୋଜନ କେଉଁଭଳି ଦୟନୀୟ ସ୍ଥିତିରେ ଖାଉଛନ୍ତି ତାହା ନକହିଲେ ଭଲ । ନାଁ ଅଛି ରୋଷେଇ ଘର , ନାଁ ଅଛି ଡାଇନିଂ ହଲ୍ । ବର୍ଷା ହେଲେ ରୋଷେଇ ଘର ଛାତରୁ ପାଣି ଗଳୁଛି । ଚାରିଆଡ଼େ ଅଳିଆ ଆବର୍ଜ୍ଜନା ପଡ଼ିରହିଛି |ଶୌଚାଳୟ କଥା ତ ନକହିବା ଭଲ |କେଉଁଠି କବାଟ ନାହଁ ତ, ଆଉ କେଉଁଠି ଶୌଚାଳୟରୁ ବାହାରୁଥିବା ଦୁର୍ଗନ୍ଧରେ ନାକ ଫାଟୁଛି ।ଏହିପରି ଅସ୍ଵାସ୍ଥ୍ୟକର ପରିବେଶରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା କିପରି ସଫଳ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ସୂଚନା ଅନୁଯାୟୀ , ମୁନଲାଇଟ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ପ୍ରସାଦ କୁମାର ଛାଟୋଇଙ୍କ ଝିଅ କୁମାରୀ ସଂପୂର୍ଣ୍ଣା ଛାଟୋଇ ଏହି ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସଂପୂର୍ଣ୍ଣା ସ୍କୁଲର ଅପରିଷ୍କାର ଶୌଚାଳୟ ବିଷୟରେ ନିଜ ପିତାମାତାଙ୍କୁ ଜଣେଇବା ପରେ ଶ୍ରୀ ଛାଟୋଇ ନିଜ ଝିଅର ସୁରକ୍ଷା ନିମନ୍ତେ ସ୍କୁଲ ପରିଦର୍ଶନରେ ଯାଇଥିଲେ । ସେଠାରେ ଯାଇ ବାସ୍ତବ ଚିତ୍ର ଦେଖିବା ପରେ ନିଜ ଅସନ୍ତୋଷ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ଉପସ୍ଥିତ ଗଣମାଧ୍ୟମ ଜରିଆରେ ସ୍କୁଲର ଅବ୍ୟବସ୍ଥା ପ୍ରତି ରାଜ୍ୟର ଗଣଶିକ୍ଷାମନ୍ତ୍ରୀ , ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ବିଦ୍ୟାଳୟରେ ଶିକ୍ଷକ , ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭା ରହିଥିବା ବେଳେ ବିଦ୍ୟାଳୟର ଅଭିଭାବକ ମାନେ ନିଜର ଝିଅ ମାନଙ୍କ ସୁରକ୍ଷା ନେଇ ପ୍ରଧାନଶିକ୍ଷୟତ୍ରୀଙ୍କୁ ପ୍ରଶ୍ନବାଣରେ ଛନ୍ଦି ପକାଇଥିଲେ |ଅଭିଭାବକ ମାନଙ୍କୁ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲ ଭିତ୍ତିଭୂମି ସୁଧାରିବା ପାଇଁ ପଞ୍ଚାୟତ କତୃପକ୍ଷଙ୍କୁ ବହୁବାର ଲିଖିତ ଭାବେ ଜଣେଇ ଥିବା ସେ କହିଛନ୍ତି । ଯଦି ପାଇଖାନା ମରାମତି ପଞ୍ଚାୟତ କରିବ , ତାହେଲେ ସ୍କୁଲକୁ ଆସୁଥିବା ବାର୍ଷିକ ସରକାରୀ ଅନୁଦାନ କୁଆଡେ଼ ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ୨୦୨୩-୨୪ ଏବଂ ୨୦୨୪-୨୫ ଗତ ଶିକ୍ଷାବର୍ଷର ସମସ୍ତ ସରକାରୀ ଅନୁଦାନ କେମିତି ଖର୍ଚ୍ଚ ହୋଇଛି ତା'ର ଏକ ସ୍ବତନ୍ତ୍ର ଅଡିଟ କରାଯିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଗଣ ଶିକ୍ଷାମନ୍ତ୍ରୀ ନିଜ ବିଦ୍ୟାଳୟକୁ ଆସି ଅନୁଧ୍ୟାନ କରିବାକୁ ଅଭିଭାବକ ମାନେ ଦାବୀ ରଖିଛନ୍ତି । ଅସଜଡା ଭିତ୍ତିଭୂମିକୁ ସଜାଡ଼ିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସମାରୁ ମାଝୀ , ପୁସ୍ତମ ହରିଜନ,ବିଜୟ ନନ୍ଦ ଖଣ୍ଡେଇ, ରାଜେଶ ଗୈଢ , ଜଇଲାଲ ଜଗତ ପ୍ରମୁଖ ଅଭିଭାବକ |ଏତେ ଅବ୍ୟବସ୍ଥା ଭିତରେ ପିଲାମାନେ କେମିତି ଭଲ ପଡ଼ିବେ ? କେବେ ଏହି ସ୍କୁଲର ଶୈକ୍ଷିକ ପରିବେଶରେ ସୁଧାର ଆସିବ ତାହା ଦେଖିବାକୁ ବର୍ତମାନ ବାକି ରହିଲା ?

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User