ଚାଟିଗୁଡା ପଞ୍ଚାୟତରେ କାଳବୈଶାକୀର ପ୍ରଭାବ ପାଞ୍ଚ ଜଣଙ୍କ ଘରର ଆଜବେଷ୍ଟ ଉଡିଲା

Apr 19, 2025 - 18:56
 0  78
ଚାଟିଗୁଡା ପଞ୍ଚାୟତରେ କାଳବୈଶାକୀର ପ୍ରଭାବ ପାଞ୍ଚ ଜଣଙ୍କ ଘରର ଆଜବେଷ୍ଟ ଉଡିଲା

ଝରିଗାଁ/ଡ଼ାବୁଗାଁ ୧୯l୪ (ଷ୍ଟାର ନୀୟୂଜ ଓଡ଼ିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡା ପଞ୍ଚାୟତରେ ଗତକାଲି ସନ୍ଧ୍ୟାରେ କାଳବୈଶାକୀ ପ୍ରଭାବରେ ବର୍ଷା ହେବା ସହ ପ୍ରବଳ ପବନ ହୋଇଥିଲା।ଫଳରେ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଯାଇଥିବା ସୂଚନା ମିଳିଛି।ସେହିଭଳି ପ୍ରବଳ ପବନ ଯୋଗୁଁ ଚାଟିଗୁଡା ପଞ୍ଚାୟତର ବିଜାପୁର ଗ୍ରାମର ସନତନ ମାଝୀଙ୍କ ଘରେ ଲାଗିଥିବା ସମ୍ପୂର୍ଣ୍ଣ ୧୫ ଆଜବେଷ୍ଟ ଉଡ଼ି ଯାଇଥିବା ବେଳେ ନିଲମ ଭତ୍ରାଙ୍କ ୩ଟି ଆଜବେଷ୍ଟ ଉଡ଼ି ଯାଇଥିବା ସୂଚନା ମିଳିଛି।ସେହିପରି ଗୁଚ୍ଛାଗୁଡ଼ା ଗ୍ରାମର ରବୀନ୍ଦ୍ର ଭତ୍ରାଙ୍କ ୫ଟି ଆଜବେଷ୍ଟ ଏବଂ ମାଙ୍ଗୁ ଭତ୍ରାଙ୍କ ଘରେ ଲାଗିଥିବା ପ୍ରାୟ ୧୨ଟି ଆଜବେଷ୍ଟ ପବନରେ ଉଡ଼ି ଯାଇଥିବା ସୂଚନା ମିଳିଛି।ସେହିପରି ଜାମଗୁଡା ଗ୍ରାମର ବନ ମାଳୀ ପୂଜାରୀଙ୍କ ଘରେ ଲାଗିଥିବା କିଛି ଆଜବେଷ୍ଟ ମଧ୍ୟ ଉଡ଼ି ଯାଇଥିବା ସୂଚନା ମିଳିଛି।ଅନ୍ୟ ମାନଙ୍କ ଘର ଅଳ୍ପ କ୍ଷତି ହୋଇଥିବା ସୂଚନା ମିଳିଛି।ବର୍ତ୍ତମାନ ପରିବାର ଲୋକ ଛାତ ଉପରେ ପଲିଥିନ ଟାଣି ଆଶ୍ରୟ ନେଉଥିବା ସୂଚନା ମିଳିଛି।ସେହିପରି ଦୁଇ ଦିନ ହେଲା ଉକ୍ତ ଅଞ୍ଚଳରେ ବିଦ୍ୟୁତ ସ୍ୱାଭାବିକ ହୋଇନଥିବା ବେଳେ ଅନ୍ଧାରରେ ଲୋକ ମାନେ ରହୁଥିବା ଅଭିଯୋଗ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow