ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ।

Nov 04, 2025 - 17:33
0 139
ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଫୁଲବାଣୀ,୪l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ସମଗ୍ର ଶିକ୍ଷା ଓ ପିଏମ ଶ୍ରୀ ଯୋଜନା ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ୨୦ ଗୋଟି ପିଏମ ଶ୍ରୀ ସ୍କୁଲମାନଙ୍କୁ ନେଇ “ଜିଲ୍ଲା ସ୍ତରୀୟ ଛାୟା ସଂସଦ’’ ଅନୁଷ୍ଠିତ ହୋଇଯାଇଛି । ଏହା ବି.ଇଡି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ-ତଥା - ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ଵାଇଁ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସତ୍ୟଜିତ ଦାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାସ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ସମଗ୍ର ଶିକ୍ଷା ଅଫିସର କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ୧୨ ଗୋଟି ବ୍ଲକରେ ଥିବା ୨୦ ଗୋଟି ପିଏମ ଶ୍ରୀ ସ୍କୁଲକୁ ପ୍ରତିନିଧିତ୍ଵ କରୁଥିବା ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଦେଶର ସଂସଦ ଉପରେ ଛାତ୍ରଛାତ୍ରୀଙ୍କର ଜ୍ଞାନ ଓ ଧାରଣାକୁ ସମୁନ୍ନତ କରିବାପାଇଁ ପ୍ରୟାସ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଛାୟା ସାଂସଦ ରୂପରେ ବିଭିନ୍ନ ରାଜ୍ୟର ପ୍ରସଙ୍ଗ ଏବଂ ସେଗୁଡିକରେ ସମ୍ଭାବ୍ୟ ସମାଧାନ ବିଷୟରେ ଏହି ଛାୟା ସଂସଦରେ ଉପସ୍ଥାପନା କରିଥିଲେ ।

ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଶ୍ରୀ କୁଶ ନାୟକ, ଆସିଷ୍ଟାଣ୍ଟ ପ୍ରଫେସର- ଅର୍ଥନୀତି ଏବଂ ଫୁଲବାଣୀ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅବନିକାନ୍ତ କହଁର, ଆସିଷ୍ଟାଣ୍ଟ ପ୍ରଫେସର- ଏଚ.ଓ.ଡି, ରାଜନୈତିକ ବିଜ୍ଞାନ, କ୍ଷୀରସାଗର ରଣା, ଆସିଷ୍ଟାଣ୍ଟ ପ୍ରଫେସର- ଇତିହାସ ଶିକ୍ଷାବିତ୍ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ପ୍ରୟାସକୁ ସମୀକ୍ଷା କରିଥିଲେ । ଏହି ଛାୟା ସଂସଦରେ ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ, ଫିରିଙ୍ଗିଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ହବାକ ଉଚ୍ଚ ବିଦ୍ୟାଳୟ ଘୁ. ଉଦୟଗିରି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ବି.ବି ଉଚ୍ଚ ବିଦ୍ୟାଳୟ, ଲାଇନ ପଡା, ଚକାପାଦ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମଗ୍ର ଶିକ୍ଷାର ଜିଲ୍ଲା ଯୋଜନା ସଂଯୋଜିକା ଅର୍ଚ୍ଚନା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଟିତ ସମସ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକର ସମସ୍ତ ସି. ଆର. ସି. ସି. ଏବଂ ପିରାମାଳ ଫାଉଣ୍ଡେସନର କର୍ମଚାରୀମାନେ ସହଯୋଗ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User