ଚାଷୀର ଆର୍ଥିକ ପ୍ରଗତି ଓ ପୁଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଚାଷୀର ଆଗ୍ରହ।

Nov 05, 2025 - 13:46
0 116
ଚାଷୀର ଆର୍ଥିକ ପ୍ରଗତି ଓ ପୁଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆ ଚାଷ ପ୍ରତି ବଢୁଛି ଚାଷୀର ଆଗ୍ରହ।

ଝରିଗାଁ,୫l୧୧(ଷ୍ଟାର ନିୟୁଜ ଓଡିଶା): ଲଘୁ ଶସ୍ୟ ମଧ୍ୟରେ ମାଣ୍ଡିଆ ଏକ ପ୍ରଧାନ ଫସଲ ହୋଇଥିବା ବେଳେ ଏଥିରେ ଖାଦ୍ୟ ସାରରେ ଭରପୁର ଉପାଦେୟ ରହି ଥିବାରୁ ଆଦିବାସୀ ବହୁଳ ଅଞ୍ଚଳରେ ଅଞ୍ଚଳବାସୀଙ୍କ ପୁଷ୍ଟିକର ଖାଦ୍ୟ ଭାବେ ଏହି ଚାଷ କୁ ଆବାହନ କାଳରୁ ଗ୍ରାମାଞ୍ଚଳ ଚାଷୀ ଏହାକୁ ଚାଷ କରି ଆସୁଥିବା ଦେଖିବାକୁ ମିଳିଥାଏ। ଝରିଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳରେ ଲୋକେ ମାଣ୍ଡିଆ ଚାଷ କରି ଆସୁଛନ୍ତି। ପୂର୍ବରୁ ଅଞ୍ଚଳରେ ଭରପୁର ପରିମାଣରେ ମାଣ୍ଡିଆ ଉତ୍ପାଦନ ହେଉଥିଲା। ଏବେ ସେହି ପରିମାଣରେ ମାଣ୍ଡିଆ ଚାଷ ଦେଖିବାକୁ ମିଳୁନାହିଁ। ଗତ ସରକାର ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦେଇ ମୁଖ୍ୟମନ୍ତ୍ରୀ ମିଲେଟ ମିଶନ ଜରୀଆରେ ପ୍ରୋତ୍ସାହନ ଦେବା ପରେ ଅଞ୍ଚଳରେ ମାଣ୍ଡିଆ ଚାଷ ବୃଦ୍ଧି ପାଇଛି। ସରକାରୀ ସୂଚନା ପ୍ରକାରେ ବ୍ଲକରେ ପ୍ରାୟ ୧୦ ହଜାର କ୍ଵିଣ୍ଟାଲ ରୁ ଉର୍ଦ୍ଧ ମାଣ୍ଡିଆ ଉତ୍ପାଦନ ହେଉଥିବା ସୂଚନା ମିଳିଛି। ଏଥିପାଇଁ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ କିସମର ଉନ୍ନତ ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ହାରାହାରି ୨ ଶହ ହେକ୍ଟର ରୁ ଉର୍ଦ୍ଧ ଜମିରେ ମାଣ୍ଡିଆ ଚାଷ ହେଉଛି। ଧାନ ପରେ ମାଣ୍ଡିଆ ଚାଷ ଆଦିବାସୀଙ୍କ ପ୍ରଧାନ ଚାଷ ହୋଇଥିବା ବେଳେ ଅତ୍ୟନ୍ତ ଶରୀର ଉପଯୋଗୀ ପୁଷ୍ଟିକର ତତ୍ତ୍ବ ରହିଥିବାରୁ ସବୁ ବର୍ଗର ଲୋକଙ୍କ ପାଇଁ ଏହାର ଆବଶ୍ୟକତା ରହିଛି। ଏଥିରେ ରହିଛି ପୁଷ୍ଟିସାର,ସ୍ନେହସାର,ସ୍ୱେତସାର,ଖଣିଜ ଦ୍ରବଣ,ଫସଫରସ,କ୍ୟାଲସିୟମ, ଭଳି ଏକାଧିକ ଉପାଦାନ ରହିଛି। ଯାହାକି ଖାଦ୍ୟରେ ଏକ ନିଆରା ଖାଦ୍ୟ ଗରିବର ହେଉନି ଧନୀ ଶ୍ରେଣୀର ଲୋକଙ୍କ ପାଇଁ ଗୁଣାତ୍ମକ ଦୃଷ୍ଟିରୁ ଏହା ସର୍ବୋତ୍ତମ ଖାଦ୍ୟ ଭାବେ ପରିଗଣିତ ହୋଇ ଆସୁଛି। ଅଗଷ୍ଟ ସେପ୍ଟେମ୍ବର ମାସ ରବି ଋତୁ ର ପୂର୍ବବର୍ତ୍ତୀ ସମୟରେ ଚାଷ କଲେ ଜଳସେଚନର ଆବଶ୍ୟକତା ଆବଶ୍ୟକ ପଡ଼ିନଥାଏ। ୫୦ ରୁ ୧୯୦ ସେଣ୍ଟି ମିଟର ଜଳ ଚାଷ ପାଇଁ ଯଥେଷ୍ଟ ହୋଇଥାଏ। ଜଳସେଚନ ସୁବିଧା ଥିଲେ ବର୍ଷ ସାରା ତିନି ଥର ଚାଷ କରିବା ସମ୍ଭବ ହୋଇଥାଏ।। ମାଣ୍ଡିଆ ଚାଷ ଲାଗି ବିଶେଷକରି ସମତଳ,ନିଗିଡ଼ା ଢିପ ଜାମି ଓ ଲୁଣି ଜମିରେ ଚାଷ କରାଯାଇଥାଏ। ବର୍ତମାନ ସ୍ଥିତିରେ ଏହା କୁ ସୁପର ଫୁଡ୍ ଭାବେ ଗ୍ରହଣ କରୁଥିବାରୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସୁସ୍ୱାଦୁ ମିଠା କେକ୍ ପିଠା ଚକୁଳି ତମ୍ପା ଉପମା ବିସ୍କୁଟ ଆଦି ମାଣ୍ଡିଆରେ ପ୍ରସ୍ତୁତ କରାଯାଇ ଦୋକାନ ବଜାରରେ ବିକ୍ରି ହେଉଥିବା ମିଳୁଛି। ଉନ୍ନତ କିସମ ବିହନ ମଧ୍ୟରେ ଗୋଦାବରୀ, ଶିରିକା,, ଶୁଭ୍ରା, ଭୈରବୀ, ଏ କେ ପି ୨ , ଆଦି ବିହନ ବୁଣିଲେ କିମ୍ବା ତୋଳି ରୁଆ କଲେ ଭଲ ଉତ୍ପାଦନ ହୋଇଥାଏ। ପ୍ରାୟ ୯୦ ରୁ ୧୦୦ ଦିନ ମଧ୍ୟରେ ଅମଳ କରାଯାଏ। ଉନ୍ନତ ବିହନ,ବିହନ ବିଶୋଧନ,ବୈଜ୍ଞାନିକ ପଦ୍ଧତି, ଜଳସେଚନ ସୁବିଧା, ସୀଆରା ଧାଡ଼ି ରେ ତୋଳି ରୋଇବା,କଡା ଖୁସା କରି ,ଅନାବନା ଘାସ ଲଟା କାଢିବା,ଉଇ ଦାଉରୁ ରକ୍ଷା କରିବା ଆଦି ପ୍ରକ୍ରିୟା ଜାରି ରଖିଲେ ଅଧିକ ଅମଳ ହେବାର ଆଶା କରାଯାଇଥାଏ। ଏକର ପ୍ରତି ୮ ରୁ ୧୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅନେକ ହୋଇଥାଏ। କ୍ଵିଣ୍ଟାଲ ପ୍ରତି ୪,୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଏହାର ବିକ୍ରି ପାଇଁ ବଜାର ସୁବିଧା ମଧ୍ୟରେ ମାଣ୍ଡିଆ ମଣ୍ଡି ର ବ୍ୟବସ୍ଥା କରାଯାଇଛି। ଗତ ବର୍ଷ ମଣ୍ଡି ରେ ଝରିଗାଁ ସଦର ସ୍ଥିତ ଆର ଏମ ସି ଗୋଦାମରେ ମାଣ୍ଡିଆ ମଣ୍ଡି ବ୍ୟବସ୍ଥା ହୋଇଥିବା ବେଳେ ହର୍ଷା ଟ୍ରଷ୍ଟ ଅଧୀନରେ ୫୯୦୦ କ୍ଵିଣ୍ଟାଲ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ୭୬୦ କ୍ଵିଣ୍ଟାଲ କ୍ରୟ ବୃଦ୍ଧି କରାଯାଇଥିଲା ମାଣ୍ଡିଆ ସଂଗ୍ରହ ପାଇଁ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ବିକ୍ରି ବ୍ୟବସ୍ଥା ହୋଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User