ସଡ଼କ ଦୁର୍ଘଟଣା ରେ ଜଣେ ଫୋରେଷ୍ଟର ମୃତ୍ୟୁ, ୨ଜଣ ଗୁରୁତର।

Nov 05, 2025 - 20:22
0 97
ସଡ଼କ ଦୁର୍ଘଟଣା ରେ ଜଣେ ଫୋରେଷ୍ଟର ମୃତ୍ୟୁ, ୨ଜଣ ଗୁରୁତର।

ଝରିଗାଁ,୫l୧୧(ଷ୍ଟାର ନିୟୁଜ ଓଡିଶା): କାର୍‌ ଓ ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପଟେ ପିକ୍‌ଅପ୍‌ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଛକ ନିକଟ ଭାରତମାଳା ରାସ୍ତାରେ ୩ ଜଣ ଫରେଷ୍ଟର ନିଜର ଟ୍ରେନିଂ ପାଇଁ ଜି.ଉଦୟଗିରି ଯାଉଥିବା ବେଳେ ରାସ୍ତାରେ ପିକ୍‌ଅପ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଫରେଷ୍ଟର ଜଣକ ନବରଙ୍ଗପୁର ଜିଲା ଝରିଗାଁ ରେଞ୍ଜର ଗୁପ୍ତ ପ୍ରସାଦ ମହାନ୍ତ। ଗୁରୁତର ଫରେଷ୍ଟରମାନେ ହେଲେ ଉମରକୋଟ ରେଞ୍ଜର ଫରେଷ୍ଟର କାମାକ୍ଷ ପ୍ରସାଦ ସ୍ବାଇଁ ଓ ଝରିଗାଁ ଫରେଷ୍ଟର ତନୁଜ କୁମାର ପରିଛା। ସ୍ଥାନୀୟ ଲୋକେ ଓ ପାପଡ଼ାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User