ଝରିଗାଁ ଶିବ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

Nov 5, 2025 - 20:25
 0  83
ଝରିଗାଁ ଶିବ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।

ଝରିଗାଁ,୫l୧୧ (ଷ୍ଟାର ନିୟୁଜ ଓଡିଶା ): ଆଜି ଆଜି କାର୍ତିକ ପୂର୍ଣ୍ଣିମା ହୋଇଥିବାରୁ ଭାରତ ବର୍ଷର ବିଭିନ୍ନ ମନ୍ଦିର ମାନଙ୍କରେ ଦେବ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକର ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି |ବିଶେଷ କରି ଝରିଗାଁ ବ୍ଲକର ଚନ୍ଦନଧାରା ଶିବ ମନ୍ଦିର, ଦେଉଳକୋଣା ଶିବ ମନ୍ଦିର ଓ ଯୋଗୀ ଡ଼ଙ୍ଗରି ସ୍ଥିତ ଶିବ ମନ୍ଦିରରେ ଅତ୍ୟଧିକ ଜନ ସମାରୋହ ଦେଖିବାକୁ ମିଳିଛି |ପୌରାଣିକ ମତରେ କାର୍ତିକ ମାସ ପୌଣ୍ୟର ମାସ ହୋଇଥିବା ବେଳେ ଏ ଅଞ୍ଚଳର ଜନସାଧାରଣ ଦୀର୍ଘଦିନ ଧରି ପାଣିରେ ବୁଡ ପକେଇବା ସହ ପ୍ରତିଦିନ କାର୍ତିକ ପୁରାଣ, ବୃନ୍ଦାବତୀ ପୁରାଣ ଓ ବିଷ୍ଣୁ ପୁରାଣ ଭଳି ବିଭିନ୍ନ ପୁରାଣ ଶୁଣିଥିଲେ |ଗ୍ରାମେ ଗ୍ରାମେ ଗାଁ ମଝୀ ବରଗଛ ମୂଳେ ଓ ତୁଳସୀ ଚଉରା ପାଖରେ ଜାଗର ଜାଳି,ପୂଜାର୍ଚନା କରିବା ସହ ପୁରାଣ ସବୁ ଶୁଣିଥିବା ଦେଖିବାକୁ ମିଳିଥିଲା |ଏଇ କେଇଦିନ ହେବ ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଏକ ପ୍ରକାର ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା |ଲୋକେ ଆଇଁସ ବର୍ଜନ କରି ସ୍ଵାତିକ ଭୋଜନ କରିବା ସହିତ ସକାଳେ ସଂଜେ ନଈ ଓ ପୋଖରୀରେ ବୁଡ ପକେଇ ପୁରାଣ ଶ୍ରବଣ କରିଥିବା ଦେଖିବାକୁ ମିଳିଥିଲା |ଗ୍ରାମେ ଗ୍ରାମେ ମାଇକ ଓ ଡିଜେର ଶବ୍ଦ ଅଂଚଳକୁ ଭକ୍ତିମୟ କରିଦେଇଥିଲା |ଆଜି କାର୍ତିକ ମାସର ପୂର୍ଣ୍ଣମୀ ତିଥି ହୋଇଥିବାରୁ ଭୋର ସକାଳୁ ନଈ ଓ ପୋଖରୀ ମାନଙ୍କରେ ବୋଇତ ଭସେଇବା ପରେ ସମସ୍ତେ ଦେବ ଦର୍ଶନ ଉଦେଶ୍ୟରେ ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ଭିଡ଼ ଜମେଇଥିବା ଦେଖିବାକୁ ମିଳିଛି |ଜନସାଧାରଣଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଭୋର ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ସବୁ ଖୋଲିଥିବା ସହିତ ଶୃଙ୍ଖଳିତ ଦର୍ଶନ ପାଇଁ ସୁବନ୍ଦୋବସ୍ତ କରିଥିବା ସୂଚନା ମିଳିଛି |କିଛି ମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR