ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା

Jan 16, 2026 - 19:17
0 34
ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା

ଭବାନୀପାଟଣା, ୧୬/୦୧(  ଷ୍ଟାରନିୟୁଜ ଓଡିଶା)-କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ଅବସରରେ ମଞ୍ଚରେ ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଛଅଗୋଟି ଘୁମୁରା ଦଳ ଭାଗ ନେଇଥିଲେ। ଏଥିରେ ଜୟପାଟଣାରୁ ଆସିଥିବା ଜଗଜ୍ଜନନୀ ଘୁମୁରା ଦଳ, ଗୋଲାମୁଣ୍ଡା ଘୁମୁରା ଦଳ, ଭବାନୀପାଟଣା କାରୁଣ୍ଡ ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଘୁମୁରା ଉପସମିତିର ଅଧ୍ୟକ୍ଷ ଗୌରାଙ୍ଗ ରାଉତ ଓ ସହ-ଅଧ୍ୟକ୍ଷ ଦିଲୀପ ଠାକୁରଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ସକିତ ରତେ, ଭାରତଭୂଷଣ ଚଲାନ, ବିଜୟ ପ୍ରଧାନ, ପିତାମ୍ବର ରଣା, ମହେଶ୍ୱର ସରାଫ ବିଚାରକ ଦାୟିତ୍ୱ ତୁଲାଇଥିଲେ। ସେହିପରି ଶିଶୁ ଘୁମୁରା ପ୍ରତିଯୋଗିତାରେ ନର୍ଲା ନବୋଦୟ ବିଦ୍ୟାଳୟ, ଭବାନୀପାଟଣା ବାଲଗୋପାଳ ସେବା ନିକେତନ, ମ. ରାମପୁର ରାମକୃଷ୍ଣ ଆଶ୍ରମ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଦିଲୀପ ଠାକୁର, ଭାରତଭୂଷଣ ଚଲାନ, କୈଳାସ ନାଏକ, କୈଳାସ ସିଂହ ବିଚାରକ ଦାୟିତ୍ୱ ତୁଲାଇଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User