୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ବିଭୋର କଲା ଏକକ ଅଭିନୟ ଓ ଦଳଗତ ନୃତ୍ୟ

Jan 15, 2026 - 23:38
0 32
୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା    ବିଭୋର କଲା ଏକକ ଅଭିନୟ ଓ ଦଳଗତ ନୃତ୍ୟ

ଭବାନୀପାଟଣା,୧୫/୦୧(   ଷ୍ଟାର ନିୟୁଜ ଓଡିଶା)-୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ମହିଳା ଉପସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, କଳାହାଣ୍ଡି ଉତ୍ସବ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ଶାନ୍ତନୁ ବେହେରା, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ନିବେଦିତା ସାହୁ, ଶିକ୍ଷାବିତ ସବିତା ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ଡ. ଦୀନବନ୍ଧୁ ଯୋଶୀ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି, ସବିତା ପ୍ରଧାନ, ଚାରୁଲତା ଷଡ଼ଙ୍ଗୀ, ଚନ୍ଦ୍ରଶେଖର ବାବୁ ପ୍ରମୁଖ ଯୋଗ ଦେଇଥିଲେ। ମହିଳା ଉପସମିତିର ଅଧ୍ୟକ୍ଷା ଜ୍ୟୋତିରାଣୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମଗୁଡ଼ିକୁ ସଂଘମିତ୍ରା କାନୁନଗୋ, ପ୍ରୀତି ପଟ୍ଟନାୟକଙ୍କ ସହିତ ଅନ୍ୟମାନେ ପରିଚାଳନା କରିଥିଲେ। ସ୍ନେହଲତା ଷଡ଼ଙ୍ଗୀ ସଭା ପରିଚାଳନା ଓ ସ୍ଵର୍ଣ୍ଣକାନ୍ତି ବୈକାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ଝୋଟି, କଳାହାଣ୍ଡିଆ ପାରମ୍ପରିକ ବେଶ ପୋଷାକ, ଏକକ ଅଭିନୟ, ଦଳଗତ ନୃତ୍ୟ, ଶଙ୍ଖଫୁଙ୍କା, ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଝୋଟିରେ ରୀନା ଭାଟି, ପ୍ରକୃତ ସୁନା, ରଶ୍ମିତା ନାୟକ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଇପ୍ସିତା ପଣ୍ଡା, ଜୟନ୍ତୀ ସିଂ ହ, ଗୀତାଞ୍ଜଳି ପଟ୍ଟନାୟକ ବିଚାରକ ଦାୟିତ୍ୱ ତୁଲାଇଥିଲେ। କଳାହାଣ୍ଡିଆ ପାରମ୍ପରିକ ପିଠାପଣା ପ୍ରସ୍ତୁତିରେ ଭାରତୀ ସାହୁ, ସ୍ବର୍ଣ୍ଣଲତା ଶବର, ପ୍ରିୟଦର୍ଶିନୀ ବିଶୋଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ନିବେଦିତା ମହାନ୍ତି, ଛନ୍ଦିତା ଦାସ, କେ. ଇନ୍ଦିରା ବିଚାରକ ଦାୟିତ୍ୱ ତୁଲାଇଥିଲେ। ଏକକ ଅଭିନୟରେ ଭାରତୀ ସାହୁ, ପ୍ରିୟଦର୍ଶିନୀ ବିଶୋଇ ଓ ଶୃତି ଦାସ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ସ୍ବର୍ଣ୍ଣକାନ୍ତି ବୈକାର, ପୁଷ୍ପାଞ୍ଜଳି ଦୀପ ଓ ଉମାଶଙ୍କରି ପାଲ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଶଙ୍ଖଫୁଙ୍କାରେ ଗୀତାଞ୍ଜଳି ମୁଣ୍ଡ, ସୁଜାତା ମିଶ୍ର, ସ୍ନିଗ୍ଧାଞ୍ଜଳି ପାତ୍ର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। 
ହୁଳହୁଳି ପ୍ରତିଯୋଗିତାରେ ସୁବାସିନୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉଭୟ ପ୍ରତିଯୋଗିତାର ବିଚାରକ ଭାବେ ନୂପୁର ପଟ୍ଟନାୟକ, କେ. ଇନ୍ଦିରା, ନିବେଦିତା ମହାନ୍ତି ଦାୟିତ୍ୱ ତୁଲାଇଥିଲେ। ସେହିପରି ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସକ୍ଷମ ନୃତ୍ୟ ଏକାଡେମୀ ପ୍ରଥମ, ଜେ. କେ ସୁପର ମମ୍ସ ଦ୍ଵିତୀୟ ସ୍ଥାନ ଓ ସସ୍ମିତା ମେହେର ଗ୍ରୁପ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ବିଚାରକ ଭାବେ ସବିତା ମହାନ୍ତି, ସଙ୍ଗୀତା ରାଉତ, ଶୃତି ମହାନ୍ତି, ଐଶ୍ଚର୍ଯ୍ୟା ମହାନ୍ତି ଦାୟିତ୍ୱ ତୁଲାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟା ସହଯୋଗ କରିଥିଲେ।

କଲାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User