ଜୟପାଟଣାରେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ,ଦୁଷ୍କର୍ମ ଉଦ୍ୟମ ଅଭିଯୋଗ |

Jun 22, 2026 - 20:22
0 11
ଜୟପାଟଣାରେ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ,ଦୁଷ୍କର୍ମ ଉଦ୍ୟମ ଅଭିଯୋଗ |

କଳାହାଣ୍ଡି ଜିଲ୍ଲା ତା. ୨୨l୦୬( ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ଥାନା ଅଂଚଳରେ  ଜଣେ ମହିଳାଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟିଥିବା ଅଭିଯୋଗ ହୋଇଛି।ପୀଡ଼ିତା ଙ୍କ ଅଭିଯୋଗ ଅନୁସାରେ,ସକାଳ ପ୍ରାୟ ୧୦ଟା ସମୟରେ ସେ ଘରେ ରୋଷେଇ କରୁଥିବା ବେଳେ ଜୟପାଟଣା କିଶୋରପଡାର ସୁମନ୍ତ ରାଉତ ଘରକୁ ପ୍ରବେଶ କରିଥିଲେ।ଘରେ ଏକା ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କ ଶାଢ଼ୀ ଟାଣିବା ସହ ବ୍ଲାଉଜ୍ ଫାଡ଼ିଦେଇଥିବା କୁହାଯାଇଛି।ଏହାସହ ଛୁରୀ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ପୀଡ଼ିତାଙ୍କ ତଣ୍ଟି ଚିପିଦେବା,ଗାଳକୁ କାମୁଡ଼ିବା ଏବଂ ଚୁଟି ଧରି କାନ୍ଥରେ ମୁଣ୍ଡ ବାଡ଼େଇଦେଇଥିବା ଅଭିଯୋଗ ରହିଛି। ଆକ୍ରମଣରେ ପୀଡ଼ିତା ଅସୁସ୍ଥ ହୋଇ ପଡ଼ିଯାଇଥିବା ବେଳେ ତାଙ୍କ ବେକରୁ ମଙ୍ଗଳସୂତ୍ର ଓ ସୁନା ଚେନ୍ ଛିଣ୍ଡେଇ ନେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଜୟପାଟଣା ଥାନା ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User