ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତେଲନଦୀ ପଂଚାୟତକୁ ଅଚାନକ ଗସ୍ତ ।

Jan 2, 2026 - 20:23
 0  89
ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତେଲନଦୀ ପଂଚାୟତକୁ ଅଚାନକ ଗସ୍ତ ।

ଝରିଗାଁ,୨l୧(ଷ୍ଟାର ନିୟୁଜ ଓଡିଶା ): ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଚାନକ ତେଲନଦୀଗାଁ ଗସ୍ତ କରି ୫ ଶିକ୍ଷକଙ୍କ ଦିନକର ଦରମା ବନ୍ଦ କରିଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଆଜି ଅଚାନକ ଭାବେ ବ୍ଲକର ତେଲନଦୀଗାଁ ପଂଚାୟତ ସଦର ମହକୁମାର ଗୁଡ଼ିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ,ତେଲନଦୀଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ତେଲନଦୀଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ |ବିଦ୍ୟାଳୟ ମାନଙ୍କରେ ଯାଇ ପହଂଚିଲା ବେଳକୁ ତିନୋଟି ବିଦ୍ୟାଳୟର ପାଞ୍ଚ ଜଣ ସହ ଶିକ୍ଷକ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିଲେ |ଅନୁପସ୍ଥିତ ରହିଥିବା ଶିକ୍ଷକମାନେ ହେଲେ ଗୁଡିପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଧର ପ୍ରସାଦ ସେଠୀ ତେଲନଦୀଗାଁ ସରକାରୀ ବିଦ୍ୟାଳୟର ଦୁଇ ଜଣ ସହ ଶିକ୍ଷକ ରମେଶ କୁମାର ବେହେରା ଓ ଜୟଦେବ ଓଝା ଏବଂ ତେଲନଦୀଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦୁଇ ଟିଜିଟି ଶିକ୍ଷକ ସତ୍ୟଜିତ ଜାଳି ଓ ଗଙ୍ଗାଧର ହିକ୍କା |ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବା ତିନି ଜଣ ସହ ଶିକ୍ଷକଙ୍କ ଦିନକର ଦରମା ନିଜେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନ୍ଦ କରିବା ସହିତ ଦୁଇ ଟିଜିଟି ଶିକ୍ଷକ ଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣେଇଥିବା ସୂଚନା ମିଳିଛି | ଛୁଟି ପରେ ନୂଆବର୍ଷ ର ଦ୍ଵିତୀୟ ଦିନରେ ସମଗ୍ର ବିଦ୍ୟାଳୟ ଖୋଲିଥିବା ବେଳେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡ଼ିକରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଛନ୍ତି ତ ଆଉ କିଛି ଶିକ୍ଷକ ବିଳମ୍ବରେ ପହଂଚିଛନ୍ତି। ହେଲେ ଏଥିପ୍ରତି ବିଦ୍ୟାଳୟ କମିଟି ଗୁଡିକ ସହ ଅବିଭାବକ କେତେ ସଚେତନ ଏଥିରୁ ସହଜେ ଅନୁମେୟ। ଯେଉଁଠି ଅଧିକାରୀଙ୍କ ପରିଦର୍ଶନ ହେଉନାହିଁ ସେଇଠି ଶିକ୍ଷକ ଅନୁପସ୍ଥିତ ରହିବା ସ୍ଵାଭାବିକ ହୋଇଛି।ଆଜି ଗୋଷ୍ଠୀ ଶିକ୍ଷା ବିଭାଗର ଯୁଗ୍ମ ଅଧିକାରୀ ମିଳିତ ଗସ୍ତ କରି ଅନୁଉପସ୍ଥିତ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦରମା ବନ୍ଦ କରିଥିବା ସୂଚନା ମିଳିଛି। ବିଭାଗୀୟ କତୃପକ୍ଷଙ୍କ ପଦକ୍ଷେପ ଶିକ୍ଷକଙ୍କୁ ନିଶ୍ଚିତ ଚେତନା ଦେବ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR