ଚାଟିଗୁଡା ଠାରେ ଡାବୁଗାଁ-ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ଚାଷୀଙ୍କ ଆନ୍ଦୋଳନ ।

Jan 02, 2026 - 20:27
0 224
ଚାଟିଗୁଡା ଠାରେ ଡାବୁଗାଁ-ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ଚାଷୀଙ୍କ ଆନ୍ଦୋଳନ ।

ଝରିଗାଁ,୨l୧ (ଷ୍ଟାର ନିୟୁଜ ଓଡିଶା ): ଧାନମଣ୍ଡି ସମସ୍ୟାକୁ ନେଇ ପ୍ରଶାସନ, ମିଲର ଓ ଚାଷୀ ମଧ୍ୟରେ ଏଫ୍ ଏ କ୍ୟୁ ମାନର ଧାନ ଓ କଟନି ଛଟନି କୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଝରିଗାଁ ବ୍ଲକ ଚାଟି ଗୁଡ଼ା ଠାରେ ସ୍ଥାନୀୟ ଚାଷୀ ଡାବୁ ଗାଁ ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରି ଚାଷୀଙ୍କ ଦାବି ପୂରଣ କରିବାକୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଆନ୍ଦୋଳନ ଆରମ୍ଭ ହୋଇ ଅପରାହ୍ନ ପ୍ରାୟ ୪ ଘଣ୍ଟା ବେଳେ ବିବାଦର ସମାଧାନ ହେବାପରେ ରାସ୍ତା ଅବରୋଧରୁ ଚାଷୀ ଓହରିଥିଲେ। ୫ ରୁ ୬ ଘଣ୍ଟା ଜାତୀୟ ରାଜପଥ ବନ୍ଦ କରିବା ଯୋଗୁଁ ଯାତ୍ରୀବାହୀ ଯାନବାହାନ ମାଲବାହୀ ଯାନବାହାନ ଚଳାଚଳରେ ବ୍ୟାଘାତ ସ୍ତୃଷ୍ଟି ହୋଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ଝରିଗାଁ ଲ୍ୟାମ୍ପ ନିର୍ଦେଶକ ନରସିଂହ ଗୌଡ଼ ତଥା ଆର୍ ଏମ ସି ସୁପର ଭାଇଜର ପ୍ରଶାନ୍ତ ରାୟ ସମେତ ଡାବୁ ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିବାଦର ସମାଧାନ ନେଇ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏଫ୍ ଏ କ୍ୟୁ ମାନର ଧାନ ପରିବର୍ତ୍ତେ କ୍ଵିଣ୍ଟାଲ ପ୍ରତି ୪ କିଲୋଗ୍ରାମ ଧାନ କଟତି କରିବାକୁ ଚାଷୀ ରାଜି ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ବିଳମ୍ବରେ ଧାନ ମଣ୍ଡି ଆରମ୍ଭ ତାହା ସହ ଏଫ୍ ଏ କ୍ୟୁ ମାନର ଧାନ ଦେବାକୁ ପ୍ରଶାସନ ଚାପ ପକାଇବାରୁ ଶେଷରେ ଆର୍ଥିକ କ୍ଷତି ସହି ଆର୍ଥିକ ଜରୁରୀ କୁ ଦୃଷ୍ଟିରେ ରଖି ୪ କିଲୋ କ୍ଵିଣ୍ଟାଲ ପ୍ରତି କଟନୀ କରିବାକୁ ଚାଷୀ ବାଧ୍ୟ ହେବାକୁ ପଡୁଛି ବୋଲି ଫୁଲସିଂ ମାଝୀ, ଭଗତ ମାଝୀ,ହରି ଭତ୍ରା,ବିଷ୍ଣୁ ଦାସ,ନିଲମ ପନକା ,ଦିବାକର ପନାକା,ଗୁରୁବନ୍ଧୁ ପୂଜାରୀ, ରାଜମହନ ନାୟକ,ମନୁରାମ ଭତ୍ରା, ପୂର୍ଣ୍ଣ ଭତ୍ରା,ମାନସିଂ ଭତ୍ରା ପ୍ରମୁଖ ଚାଷୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User