ଡବଲ ଇଞ୍ଜିନ ସରକାରଙ୍କ ଘୋଷଣା ରେ କେବେ ପାଇବେ ବୃଦ୍ଧ ବୃଦ୍ଧା ୩୫୦୦ ଟଙ୍କା, ମତ ବ୍ୟକ୍ତ କରିଛନ୍ତି ବୃଦ୍ଧ ବୃଦ୍ଧା।

May 19, 2025 - 15:14
0 36

ଗୋଲାମୁଣ୍ଡା,୧୮l୫(ଷ୍ଟାରନିୟୁଜ ଓଡିଶା): ଡବଲ ଇଞ୍ଜିନ ସରକାର ତଥା ଭାରତୀୟ ଜନତା ପାର୍ଟି ଘୋଷଣା କରି କେବେ ପାଇବେ ବୃଦ୍ଧ ବୃଦ୍ଧା ୩୫୦୦ଟଙ୍କା ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ଏ ଭଳି ଏକ ବୃଦ୍ଧ ବୃଦ୍ଧା ଙ୍କ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତ ଅଧିନରେ ଥିବା କୁମାରୀ ଗ୍ରାମରେ କେତେକ ଲୋକ ପାରାଲେସ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାରେ ନିଜ ଜୀବନ ମୃତ୍ୟୁ ସହ ଜଡ଼ିତ ଅଛନ୍ତି, ଆଜି ଟେମରି ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ସାହୁ ଙ୍କ ପ୍ରତିନିଧି କୁମୁଦ ସାହୁ, ଜିଓଟେକ୍, ଧବ୍ଲେଶ୍ୱର୍ ନାଏକ, ନାଏବ ସରପଞ୍ଚ ଦୁଃଖୀରାମ ସାହୁ ଓ ସମାଜ ସେବୀ ଜିତୁ ପ୍ରଧାନ ପ୍ରମୁଖ କୁମାରୀ କଲ୍ୟାଣ ମଣ୍ଡପ ରେ ଭତ୍ତା ପ୍ରଦାନ ବେଳେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ଉକ୍ତ ସ୍ଥଳରେ ପୂହୁଞ୍ଚୀ ଥିବା ବେଳେ ଅନେକ ବୃଦ୍ଧ ବୃଦ୍ଧା ମାନେ ଗଣ ମାଧ୍ୟମ ନିକଟରେ ମୁଁହ ଖୋଲି ପ୍ରକାଶ କରିଛନ୍ତି ଯେ ଡବଲ ଇଞ୍ଜିନ ସରକାର ନିର୍ବାଚନ ପୁର୍ବରୁ ଓ ସରକାର ଗଠନ ପରେ ମଧ୍ୟ ୮୦ ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ତିନି ହଜାର ପାଞ୍ଚ ଶହ ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ବାଇ ଅଜି ଆମେ ଏକ ହଜାର ଚାରି ଶହ ଟଙ୍କା ପାଇଛୁ , ପୁର୍ବରୁ ଏକ ହଜାର ଟଙ୍କା ପାଉ ଥିଲୁ ହେଲେ ଖରା ମାସ ପାଇଁ ଛତା ଓ ଚପଳ ପାଇଁ ଚାରି ଶହ ଟଙ୍କା ପ୍ରଦାନ କରିଛନ୍ତି,ବୋଲି ସେମାନେ ଅଭିଯୋଗ କରିଛନ୍ତି, ହେଲେ ଦୁଃଖର ବିଷୟ ଯେ ଗ୍ରାମରେ ପାରାଲେସ ରୋଗରେ ଆକ୍ରାନ୍ତ ହୋଇ ପରାଣ ଗୋପାଳ, କୁଶ ନାମ ସାହୁ ଶଯ୍ୟାରେ ପଡି ନାହି ନ ଥିଲା ଦୁଃଖ ଭୋଗୁଛନ୍ତି ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ମାନଙ୍କୁ ସରକାରଙ୍କ ତରଫରୁ ଯେଉଁ ପ୍ରତିଶ୍ରୁତି ଦେଇ ଛନ୍ତି ତାହା ତିନି ହାଜର ପାଞ୍ଚ ଶହ ଟଙ୍କା ପ୍ରଦାନ କରନ୍ତୁ ବୋଲି ହରିଶ୍ଚନ୍ଦ୍ର ପଟେଲ, ଲୋଚନ ନାଏକ, ଗଯିନ୍ଦ୍ର ପଟେଲ, ଜେମା ଗୋପାଲ, ବିପିନ ପ୍ରଧାନ, ମନୁ ସାହୁ , ନାରାୟଣ ସାହୁ, ଶାନ୍ତି ପାତ୍ର, ଭାରତୀ ବେୱା ଓ ଦୁତି ହାତୀ ପ୍ରମୁଖ ପ୍ରତି କ୍ରିୟା ପ୍ରକାଶ କରିଛନ୍ତି ଯେ, ଗ୍ରାମରେ ଥିବା , ସୋହନାମ ଗୋପାଲ ଓ କଇଁନ ଫୁଲ ସାହୁ , ଦୁଇ ଜଣ ବିକଳାଙ୍ଗରୁ ଶହେ ପର୍ସେଣ୍ଟ ସାର୍ଟିଫିକେଟ ପାଇଁ ମଧ୍ୟ , ଏକ ହଜାର ଟଙ୍କା ପାଇଛନ୍ତି, ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଅନୁରୋଧ କରିଛନ୍ତି, ଏହି ପରିପ୍ରେକ୍ଷୀରେ ସରପଞ୍ଚ ଙ୍କ ପ୍ରତିନିଧି କୁମୁଦ ସାହୁ, ନାଏବ ସରପଞ୍ଚ ଦୁଃଖୀରାମ ସାହୁ ଓ ଜିଓଟେକ୍ ଧବ୍ଲେଶ୍ୱର ନାଏକ, ସମାଜ ସେବୀ ଜିତୁ ପ୍ରଧାନ ଙ୍କ ପ୍ରତି କ୍ରିୟା ପ୍ରକାଶ କରିଛନ୍ତି

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User