ଅପରେସନ ‘ସିନ୍ଦୂର’ ସଫଳତାରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ବିଶାଳ ଶୋଭାଯାତ୍ରା
ଫୁଲବାଣୀ ,୧୮l୫: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅଞ୍ଚଳ ରାଷ୍ଟ୍ରହିତ ରେ ନିୟୋଜିତ ଭାରତୀୟ ସେନାବଳର ସମ୍ମାନ ଓ ମନୋବଳ ବୃଦ୍ଧି ସହିତ ଭାରତର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ ଆଜି ରବିବାର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ତରଫରୁ ଗୁମାଗଡ଼ ରାମଘାଟି ରୁ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ମାନ୍ୟବର ବିଧାୟକ ଉମା ଚରଣ ମଲ୍ଲିକଙ୍କ ଉପସ୍ଥିତିରେ ବିଜେପି ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ଙ୍କ ନେତୃତ୍ୱରେ ବିଜେପି ବରିଷ୍ଠ ବିଜେପି ନେତା ତଥା ଜାତୀୟ ପରିଷଦ ସଦସ୍ୟ ସଞ୍ଜିତ ମଣ୍ଡଳ, ସି ଆର ପି ଏଫ ଯବାନ ଚିତ୍ରସେନ କହଁର, ମିଣିଆ ସରପଞ୍ଚ ଗୌତମ ମଲ୍ଲିକ, କେରେଡ଼ି ସରପଞ୍ଚ ପ୍ରମୁଖ ଖମାରୀ, ପୂର୍ବତନ କେରେଡ଼ି ସରପଞ୍ଚ ଦୀପକ ରଞ୍ଜନ ମଲ୍ଲିକ ଓ ବହୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଅନେକ ଜନ ସାଧାରଣ ସହଯୋଗ ରେ ଏକ ମୋଟର ସାଇକେଲ ଶୋଭାଯାତ୍ରା ଗୁମାଗଡ଼ ରାମଘାଟି ରୁ ବାହାରି କେରେଡ଼ି, ରାଶିମେଣ୍ଡି, ବିଶିପଡା ଛକ ଦେଇ ଗଞ୍ଜୁଗୁଡା ଓ ପକନା ଗାଁ ପର୍ଯ୍ୟନ୍ତ, ଜୟ ବୀର ଯବାନ,ଭାରତୀୟ ସେନା ଜିନ୍ଦାବାଦ, ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଭଳି ଦେଶାତ୍ମକବୋଧକ ନାରାଦେଇ ୧୦୦ ରୁ ଉର୍ଦ୍ଧ ମୋଟର ସାଇକେଲରେ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ରେ ବିଜେପି କାର୍ଯ୍ୟକର୍ତ୍ତା, ସାଧାରଣ ଜନତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।

What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)