ଦୁଇ ନାଳପଡ଼ାକୁ ଏବଂ ବିଲକୁ ଯିବାକୁ ଶଙ୍ଖପୋଲ ନାହିଁ କି ରାସ୍ତା ମଧ୍ୟ ନାହିଁ

Oct 07, 2025 - 20:58
0 38
ଦୁଇ ନାଳପଡ଼ାକୁ ଏବଂ ବିଲକୁ ଯିବାକୁ ଶଙ୍ଖପୋଲ ନାହିଁ କି ରାସ୍ତା ମଧ୍ୟ ନାହିଁ

କନ୍ଧମାଳ ତୁମୁଡି଼ବନ୍ଧ ୭/୧୦ ( ରଙ୍ଗନାଥ ବଡ଼ସେଟ ):- କନ୍ଧମାଳ ଜିଲ୍ଲା ତୁମୁଡି଼ବନ୍ଧ ବ୍ଲକ ମାଲିପଡ଼ାରେ ଦେଖିବାକୁ ମିଳିଚି ଦୁଇ ନାଳପଡ଼ାକୁ ରାସ୍ତା ନାହିଁ କି ନାଳରେ ଶଙ୍ଖ ମଧ୍ୟ ତିଆରି ହୋଇନାହିଁ 

କଛି ବର୍ଷ ଆଗରୁ ଏହି ନାଳର ଶଙ୍ଖପୋଲ ତିଆରି କରାଯାଉଥିଲା କୌଣସି କାରଣରୁ ଶଙ୍ଖପୋଲ ନିର୍ମାଣ ସମ୍ପୂର୍ଣ୍ଣ ଭାବରେ ବନ୍ଧ ହୋଇରହିଚି 

ବର୍ଷା ଦିନରେ ମାଲିପଡ଼ା ଓ ଗୁରୁପଡ଼ା ଏହି ଦୁଇ ଗ୍ରାମବାସୀ ଚାଷ କରିବା ପାଇଁ ପ୍ରାୟ ତିନି ହଜାର ରୁ ଉର୍ଦ୍ଧ ଏକର ଜମିକୁ ହଳ ଳଙ୍ଗଳ ନେବା ଆଣିବାରେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି 

 ଜ୍ଵର ବେମାର ଠାରୁ ଆରମ୍ଭ କରି ଛୋଟ ଛୋଟ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଯିବା ଆସିବାରେ ବର୍ଷା ଦିନରେ ନାଳ ପାଣି ଦେଖି ଭୟଭୀତ ହୁଅନ୍ତି ତାହା ସହିତ ରେସନ କାର୍ଡ ଚାଉଳ ଆଣିଯିବା ପାଇଁ ମଧ୍ୟ ବର୍ଷା ପାଣି ନାଳରେ ଦେଖି ଦୁଇ ନାଳପଡ଼ା ବାସୀ ଦେଖି ରେସନ ଚାଉଳ ଆଣିଯାଉ ନାହାଁନ୍ତି 

କିନ୍ତୁ ଆଜି ଦେଖିବାକୁ ମିଳିଚି ମାଲିପଡ଼ା ୧୪୨ ବୁଥ୍ ନମ୍ବର ବୁଥ୍ ର ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀଯୁକ୍ତ ଅକ୍ଷୟ ବଡ଼ସେଟଙ୍କ ନେତୃତ୍ୱରେ ପ୍ରକଳ୍ପ ପ୍ରଶାସନ ପି:ଡି ଶ୍ରୀଯୁକ୍ତ ଶମ୍ଭୁନାଥ ନନ୍ଦି, ଜେ:ଇ ଜୁନିୟର ଇଞ୍ଜିନିଅର ଶ୍ରୀଯୁକ୍ତ ପ୍ରଣବ କୁମାର ମିଶ୍ର ଓ ଏ:ଇ ଆସିଷ୍ଟାଣ୍ଟ ଇଞ୍ଜିନିଅର ଶ୍ରୀଯୁକ୍ତ କେଦାରନାଥ ଚୌଧୁରୀ ଏବଂ ଦୁଇ ଗ୍ରାମବାସୀର ମୁଖିଆ ମାନେ ଯଥା:- ରଞ୍ଜନ ବଡ଼ସେଟ, କାମରାଜ ପରାସେଟ, ତୁଷାର ବଡ଼ସେଟ, ଅମିତ ଲିମା, ନିରଞ୍ଜନ ବଡ଼ସେଟ, ପାର୍ଥ ପରାସେଟ, ବବ୍ଲୁ ବଡ଼ସେଟ ସମସ୍ତେ ମିଳିମିଶି ନାଳ ରାସ୍ତା ସହିତ ଅର୍ଦ୍ଧ ନିର୍ମାଣ ଶଙ୍ଖପୋଲ ଦେଖିବାକୁ ଯାଇଥିଲେ 

ରାସ୍ତା ଓ ଅର୍ଦ୍ଧ ଶଙ୍ଖପୋଲ ଦେଖି ପ୍ରକଳ୍ପ ପ୍ରଶାସନ ପି:ଡି ଶ୍ରୀଯୁକ୍ତ ଶମ୍ଭୁନାଥ ନନ୍ଦି ଯଥା ଶୀଘ୍ର ଦୁଇ ମାସ ଭିତରେ କାମ ଆରମ୍ଭ ହେବ ବୋଲି କହିଛନ୍ତି 

କନ୍ଧମାଳରୁ ରଙ୍ଗନାଥ ବଡ଼ସେଟଙ୍କ ରିପୋର୍ଟ ( ଷ୍ଟାର ନିୟୁଜ ଓଡ଼ିଶା )

What's Your Reaction?

Like Like 1
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User