ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

Dec 01, 2025 - 19:54
0 98
ଦୁଇ ବାଇକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ଝରିଗାଁ,୧l୧୨ (ଷ୍ଟାର ନିୟୁଜ ଓଡିଶା):ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ଆଜି ଅପରାହ୍ନ ପ୍ରାୟ 6ଘଂଟିକା ସମୟରେ ଇଛାପୁର ପଞ୍ଚାୟତ ଅନ୍ତର୍ଗତ କୁରୁଲୁଭଟ୍ଟା ଗ୍ରାମର ରାଇଧର ସାନ୍ତା (38)ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ସାନ୍ତା (32)ଏକ ବାଇକରେ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଦ ଗ୍ରାମକୁ ଯାଉଥିବା ବେଳେ କର୍ସାହାଣ୍ଡି ନିକଟରେ ବିପରୀତ ଦିଗରୁ ଆସୁଥିବା ବେଳଗାଁ ପଞ୍ଚାୟତ ସଦର ମହକୁମାର ଦିନ ମାଳି(38) ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ |3 ଆରୋହୀ ବାଇକରୁ ଛିଟିକି ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା |ଦିନ ମାଳିଙ୍କ ଡାହାଣ ଗୋଡ ଆଣ୍ଠୁ ହାଡ଼ ଭାଙ୍ଗି ଯାଇଥିବା ବେଳେ ରାଇଧର ସାନ୍ତାଙ୍କ ଦୁଇ ପାପୁଲିରେ ଗଭୀର ଆଘାତ ଲାଗିବା ସହିତ ଆଙ୍ଗୁଠି ହାଡ଼ ଭାଙ୍ଗି ଯାଇଛି |ଠିକ ସେହିପରି ସୁଭଦ୍ରା ସାନ୍ତାଙ୍କ ଡାହାଣ ହାତର ମଣିବନ୍ଧ ରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ମିଳିଛି |ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଦିନ ମାଳି ଓ ରାଇଧର ସାନ୍ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକ ଥିବାରୁ ସେମାନଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User