ଅଶ୍ବିନୀ କୁମାରଙ୍କୁ "ତରୁଣ ପ୍ରେରଣା ସମ୍ମାନ-୨୦୨୫।

Dec 1, 2025 - 19:53
 0  36
ଅଶ୍ବିନୀ କୁମାରଙ୍କୁ "ତରୁଣ ପ୍ରେରଣା ସମ୍ମାନ-୨୦୨୫।

ଝରିଗାଁ,୧l୧୨(ଷ୍ଟାର ନିୟୁଜ ଓଡିଶା) : ଝରିଗାଁ ବ୍ଲକ ପାଇଁ ଆନନ୍ଦ ଓ ଗୌରବର ବିଷୟ ହୋଇଛି ଯୁବ ପ୍ରଧାନ ଶିକ୍ଷକଙ୍କ ରାଜ୍ୟସ୍ତରୀୟ ସମ୍ମାନ ପାଇଁ। ଗତ ୩୦/୧୧/୨୦୨୫ରେ 'ଅଲେଖ' ସମାଜ-ସାହିତ୍ୟ-ସଂସ୍କୃତି ପ୍ରତିଷ୍ଠାନ ଦ୍ୱାରା ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଆୟୋଜିତ "ଓଡ଼ିଶା ଲୋକସାହିତ୍ୟ-ସଂସ୍କୃତି-କଳା ଉତ୍ସବ-୨୦୨୫" ଅନୁଷ୍ଠିତ ହୋଇଯାଇଛି। ଏହିରେ ଉତ୍ସବରେ ଉଦୀୟମାନ ଯୁବକବି ଅଶ୍ୱନୀ କୁମାରଙ୍କୁ "ତରୁଣ ପ୍ରେରଣା ସମ୍ମାନ-୨୦୨୫" ରେ ନଗଦ ୧୦୦୦୦ ଅର୍ଥରାଶି, ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ସେ ଏହି ଅର୍ଥରାଶିକୁ ସାପ୍ତାହିକ ପତ୍ରିକା ଜନବାଦୀ, ଡେରନା ଏବଂ ସମ୍ୟକ ଫାଉଣ୍ଡେସନକୁ ଦାନ କରିଥିଲେ । ବରଗଡ଼ ନିବାସୀ କବି ଅଶ୍ୱନୀ କୁମାର ସମ୍ପ୍ରତ୍ତି ନବରଙ୍ଗପୁର ଜିଲ୍ଲା, ଝରିଗାଁ ବ୍ଲକର ଚକଲାପଦର ପଞ୍ଚାୟତ ସଦର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ତାଙ୍କର ଏହି କୃତିତ୍ୱ ଓ ସଫଳତା ପାଇଁ ଝରିଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ହିତ୍ୟେଶୁ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପକ୍ଷରୁ ସୁବେତ୍ସା ଓ ଅଭିନନ୍ଦନ ର ସୁଅ ଛୁଟିଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR