ନର୍ଲା ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କ ସପକ୍ଷରେ ଗ୍ରାମବାସୀଙ୍କ ଗଣଧାରଣା ଓ ସାମ୍ବାଦିକ ସମ୍ମିଳନୀ

Apr 4, 2026 - 23:21
 0  86
ନର୍ଲା ବିଧାୟିକା ଓ ବ୍ଲକ ଅଧ୍ୟକ୍ଷଙ୍କ ସପକ୍ଷରେ ଗ୍ରାମବାସୀଙ୍କ ଗଣଧାରଣା ଓ ସାମ୍ବାଦିକ ସମ୍ମିଳନୀ

କେସିଙ୍ଗା, ତା. ୪/୪ (ଷ୍ଟାର ନିୟୁଜ ଓଡିଶା ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମରେ ଶନିବାର ସନ୍ଧ୍ୟାରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି (ମୁନା)ଙ୍କ ସପକ୍ଷରେ ଗଣଧାରଣା ପ୍ରଦର୍ଶନ କରିଥିଲେ। ପରେ ଗ୍ରାମର ପ୍ରହରୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ଏହି ଅବସରରେ ଗ୍ରାମବାସୀମାନେ ନେତୃତ୍ୱଙ୍କ ପ୍ରତି ନିଜର ଆସ୍ଥା ଓ ସମର୍ଥନ ବ୍ୟକ୍ତ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ନର୍ଲା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମୂଳଭୂତ ସୁବିଧା ଓ ଉନ୍ନୟନମୂଳକ କାର୍ଯ୍ୟ ସଫଳ ଭାବରେ କାର୍ଯ୍ୟାନୁଷ୍ଠିତ ହୋଇଛି, ଯାହାର ଲାଭ ସାଧାରଣ ଲୋକ ଭୋଗ କରୁଛନ୍ତି।
ଗ୍ରାମବାସୀମାନେ ଉଲ୍ଲେଖ କରିଥିଲେ ଯେ, ପାନୀୟଜଳ ବ୍ୟବସ୍ଥା, ରାସ୍ତା ଘାଟ ଉନ୍ନତି, ବିଦ୍ୟୁତ ସୁବିଧା, ବୃଦ୍ଧାଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଞ୍ଚଳରେ ସଫଳତାର ସହିତ କାର୍ଯ୍ୟ ହୋଇଛି। ଏହା ଦ୍ୱାରା ଲୋକମାନଙ୍କ ଜୀବନମାନ ଉନ୍ନତ ହୋଇଥିବାରୁ ସେମାନେ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଥିଲେ।
ସେହିପରି, ଗ୍ରାମବାସୀମାନେ କହିଥିଲେ ଯେ ଏହି ଅଞ୍ଚଳର ଉନ୍ନତି ଓ ସେବାମୂଳକ କାର୍ଯ୍ୟ ପାଇଁ  ସବୁବେଳେ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖୁଛନ୍ତି ଓ ଆଗାମୀ ଦିନରେ ମଧ୍ୟ ସେମାନଙ୍କ ସହ ଅଟୁଟ ସମ୍ପର୍କ ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ।
ଏହି ଗଣଧାରଣା ଓ ସାମ୍ବାଦିକ ସମ୍ମିଳନୀରେ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ସମସ୍ତେ ଏକତା ଓ ସହଯୋଗର ସନ୍ଦେଶ ପ୍ରଦାନ କରିଥିଲେ।

କେସିଙ୍ଗାରୁ:ସୁଜୟ ନଙ୍ଗ

ଳତି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR