ନିଜ ପେଟ ପାଇଁ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଧାରଣା ରେ ବସିଲେ ଗାଈ ଗୋରୁ ।

କଳାହାଣ୍ଡି ଜିଲ୍ଲା,କେସିଙ୍ଗା ତା :30/06(ଷ୍ଟାରନିୟୁଜ ଓଡିଶା)ପ୍ରବଳ ବର୍ଷା କୁ ଖାତିର ନ କରି ନିଜ ଅଧିକାର ପାଇଁ ରାଜସ୍ବ ନିରୀକ୍ଷକ ଙ୍କ ପାଖକୁ ଧାଇଁ ଆସିଛନ୍ତି ମାଳ ମାଳ ଗାଈ ।ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ରାଜସ୍ବ ଅଧିକାରୀ ଙ୍କ ପାଖରେ ଗାଈ ଗୋରୁଙ୍କ କଣ କାମ ,ରାଜସ୍ବ ଅଧିକାରୀ ବା ଗାଈ ଗୋରୁ ଙ୍କ ଅଧିକାର ପୁରଣ କରିବେ କିପରି ଏମାନେ କଣ ମଣିଷ ଯେ ଏମାନଙ୍କ ଦାବି କୁ ରାଜସ୍ବ ନିରୀକ୍ଷକ ହିଁ ପୁରଣ କରିବେ ।କିନ୍ତୁ ଆପଣ ମାନେ ଯାହା ଭାବୁଛନ୍ତି ଭାବନ୍ତୁ ହେଲେ ଗୋ ମାତା ମାନେ ପୁରା ପୁରୀ ଠିକ୍ ଜାଗାକୁ ଆସିଛନ୍ତି ନିଜ ଦାବି ଜଣାଇବା
ପାଇଁ । ଏହି ଅଧିକାରୀ ହିଁ ତାଙ୍କ ଅଧିକାର ତାଙ୍କୁ ଫେରାଇ ପାରିବେ ବୋଲି ଗାଈ ମାନେ ଆଜି ସକାଳୁ ଆସି ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଠାରେ ଧାରଣା ରେ ବସିଛନ୍ତି ।
ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଠାରେ ଥିବା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ।ପଞ୍ଚାୟତ ର ସୂକୁନାଭଟା ଗ୍ରାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଥିବା ଗ୍ରାମବାସୀ ମତ ଦେଉଥିବା ବେଳେ ,ବର୍ତ୍ତମାନ କିଛି ସ୍ଥାନୀୟ ଲୋକେ ସେହି ଜମି ମାନଙ୍କୁ ଜବରଦଖଲ କରିନେଇଛନ୍ତି।ଯେଉଁ ଗୋଚର ଜମିକୁ ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ ଜବରଦଖଲ କରି ନେଇଛି ସେସବୁ ସରକାରୀ ଜମି ରୁ ଘାସ ପତ୍ର ଖାଇ ଗାଈ ଗୋରୁ ମାନେ ନିଜ ଭୋକ ମେଣ୍ଟାଉ ଥିଲେ ।ସେହି ଜବରଦଖଲ ଉଠାଇବା ପାଇଁ ଆଜି ପାଖା ପାଖି 60 ରୁ 70 ଗାଈ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ବସିଚନ୍ତି । ଗ୍ରାମବାସୀଙ୍କ କହିବାନୁଯାୟୀ ପୂର୍ବରୁ ସୁକୁନାଭଟ୍ଟା ଗ୍ରାମର ଗୋଚର ଜମି ଏବଂ ଜଳଚର ଜମି ଚିହ୍ନଟ କରାଇଦେବା ପାଇଁ କଶୃପଡା ରାଜସ୍ୱ ନିରୀକ୍ଷକ ଅଧିକାରୀ, କେସିଙ୍ଗା ତହସିଲଦାର ଏବଂ ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ପାଖକୁ ମଧ୍ୟ ଲିଖିତ ଅଭିଯୋଗ ଦେଇଥିବା ସତ୍ତ୍ଵେ କୌଣସି ଲାଭ ନହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆଜି ଏପ୍ରକାର ପଦକ୍ଷେପ ନେଇଛନ୍ତି ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁକୁନାଭଟା ଗ୍ରାମର ଗୋଚର ଏବଂ ଜଳଚର ଜମି ଚିହ୍ନଟ କରାଇ ଦିଅନ୍ତୁ ତାପରେ ଆମ୍ଭେ ଧାରଣା ରୁ ଓହୋରିବୁ ବୋଲି ଦାବି କରି ଗାଈ ମାନଙ୍କୁ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ପୁରାଇ ନିଆରା ଢଙ୍ଗରେ ଆନ୍ଦୋଳନ କରିଥିଲେ ଗ୍ରାମ ବାସି । ଉକ୍ତ ବିଷୟରେ ଖବର ପାଇ କେସିଙ୍ଗା ଅତିରିକ୍ତ ତହସିଲଦାର ହରିସିଂ ମାଝି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଆସନ୍ତା ତିନି ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଗୋଚର ଏବଂ ଜଳଚର ଜମି ଚିହ୍ନଟ କରିଦିଆଯିବ ଆଉ ଗ୍ରାମର ଗାଈଗୋରୁ ଆରାମ ରେ ନିଜ ଖାଦ୍ୟ ଅଭାବ କୁ ପୂରଣ କରିପାରିବେ ବୋଲି ପ୍ରତିଶ୍ରୁତି ଦେବାପରେ ସମସ୍ତ ଗ୍ରାମବାସୀ ନିଜ ଗାଈଗୋରୁ ନେଇ ସୁକୁନାଭଟା ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ
What's Your Reaction?






