ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।

Jul 30, 2025 - 17:25
0 136
ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ।

ଝରିଗାଁ,୩୦l୭ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅନ୍ତର୍ଗତ ନିରୁଣ୍ଡି ଗ୍ରାମର ବନ୍ଧୁ ଭତ୍ରା (42)ଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ବନ୍ଧୁ ଗତକାଲି ସକାଳୁ 11 ଘଣ୍ଟା ସମୟରେ ଘର ଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ।ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ।ପରିବାର ଲୋକ ବନ୍ଧୁଙ୍କ ଘରକୁ ଫେରିବାର ବିଳମ୍ବ ହେବା ଯୋଗୁଁ ଖୋଜାଖୋଜି କରିଥିଲେ।ପୋଖରୀ ହୁଡାରେ ବନ୍ଧୁଙ୍କ ଚପଲ ଓ ପିନ୍ଧିଥିବା କପଡା ଦେଖି ପରିବାର ଲୋକ ପାଣିରେ ବୁଡି ଯାଇଥିବା ସନ୍ଦେହ କରି ଉମରକୋଟ ପୋଲିସକୁ ଖବର ଦେଇଥିଲେ।ଉମରକୋଟ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରେ ଖୋଜାଖୋଜି କରିଥିଲେ।ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀ ମାନେ ପୋଖରୀରୁ ବନ୍ଧୁଙ୍କ ମୃତ ଶରୀର ଉଦ୍ଧାର କରିଥିଲେ।ଶେଷରେ ମୃତ ବନ୍ଧୁଙ୍କ ଭାଇ ଡମ୍ବରୁ ଭତରା ଘଟଣା ସମ୍ପର୍କରେ ଉମରକୋଟ ପୋଲିସକୁ ଲିଖିତ ଭାବେ ଏତଲା ଦେବା ପରେ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଉମରକୋଟ ପଠାଇ ଥିଲେ।ଆଜି ସକାଳୁ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।ଖବର ପ୍ରସାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ବନ୍ଧୁଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁବର୍ଣ୍ଣ ଦୁଖଃରେ ଭାଙ୍ଗି ପଡିଥିବା ବେଳେ ଦୁଇ ପୁଅ ଓ ତିନି ଝିଅକୁ ନେଇ କିଭଳି ଚଳିବେ ସେନେଇ ଚିନ୍ତାରେ ପଡିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User