ପ୍ରଶାସନ ନଶୁଣିବାରୁ ରାସ୍ତା ନୁର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ।

Jul 30, 2025 - 09:49
0 141
ପ୍ରଶାସନ ନଶୁଣିବାରୁ ରାସ୍ତା ନୁର ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ।

ଝରୀଗାଁ,୩୦l୭(ଷ୍ଟାର ନିୟୁଜ ଓଡିଶା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ତେଲନଦୀ ଗାଁ ପଞ୍ଚାୟତ ଅନ୍ତର୍ଗତ ଟେପଗୁଡା ଗ୍ରାମର ରାସ୍ତା ମରାମତି ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଜଣାଇ ଥିଲେ ସୁଧା କୌଣସି ଫଳପ୍ରଦ ନହେବାରୁ ଗ୍ରାମବାସୀ ଏକଜୁଟ ହୋଇ ଘର ପିଛା ଚାନ୍ଦା ଆଦାୟ କରି ଟ୍ରାକ୍ଟର ଭଡାରେ ଲଗେଇ ମୁରୁମ ଆଣି ରାସ୍ତାରେ ବିଞ୍ଚି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି |ବର୍ଷା ଦିନ ଆସିଲେ ଗ୍ରାମର ପ୍ରାୟ ଏକ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ କାଦୁଅମୟ ହୋଇଯିବା ଫଳରେ ଗ୍ରାମବାସୀ ଙ୍କୁ ଯାତାୟାତ ଓ ଚଲାବୁଲା କରିବାରେ ବଡ଼ ସମସ୍ୟା ଦେଖାଦିଏ |ଏପରିକି ପିଲାମାନେ ସ୍କୁଲ ଯିବା ଆସିବା କରିବା, ଗ୍ରାମକୁ ଆମ୍ବୁଲାନ୍ସ ଆସିବା ଆଦିରେ ବଡ ସମସ୍ୟା ଦେଖା ଦେଉ ଥିଲା |ରାସ୍ତାରେ ଛୋଟବଡ଼ ଗାତ ସବୁ ସୃଷ୍ଟି ହୋଇ କାଦୁଅ ପାଣି ଜମିରହୁଥିଲା | ଫଲରେ ଜନସାଧାରଣଙ୍କ ଯିବା ଆସିବାରେ ବହୁତ ଅସୁବିଧା ହେବାରୁ ରାସ୍ତା ମରାମତି ପାଇଁ ଏକଜୁଟ ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି |ଗ୍ରାମର ସାଲୁ ପାଙ୍ଗି, ସୁରେନ୍ଦ୍ର ପାଙ୍ଗି, ରଞ୍ଜନ ସାନ୍ତା, ପ୍ରତାପ ପାଙ୍ଗି, ସୀତାରାମ ସାନ୍ତା, ସିଙ୍ଗା ସାନ୍ତା, ବିନଦ ସାନ୍ତା, କାନୁ ସାନ୍ତା, ମୂଷି ପାଙ୍ଗି,ଏମାନେ ସମସ୍ତେ ଜନସାଧାରଣ ଏକଜୁଟ ହୋଇ ରାସ୍ତା ତିଆରୀ କରିଥିବା ଦେଖିବାକୁ ମିଳିଛି

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User