ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କନ୍ଧମାଳରେ କେଭିଏସ୍ ୬୩ତମ ପ୍ରତିଷ୍ଠା ଦିବସ ସଫଳତାର ସହ ପାଳିତ।
ଫୁଲବାଣୀ,୧୫l୧୨(ଷ୍ଟାର ନିୟୁଜ) :ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କନ୍ଧମାଳରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଜି ପ୍ରଭାତ ୯.୩୦ ରୁ ୧୧.୧୫ ପର୍ଯ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମର ଆରମ୍ଭ ମୁଖ୍ୟ ଅତିଥି ଶ୍ରୀ ଗଦାଧର ପାତ୍ର, ବିଶେଷ ଅତିଥି ଶ୍ରୀମତୀ କଳ୍ପଲତା ସାହୁ ଏବଂ ବିଦ୍ୟାଳୟର ପ୍ରାଚାର୍ୟ ମହୋଦୟ ଶ୍ରୀ ନରେଶ ଚନ୍ଦ ଜିନାଟା ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ସହିତ ହୋଇଥିଲା । ପ୍ରାଚାର୍ୟ ମହୋଦୟ ଶ୍ରୀ ନରେଶ ଚନ୍ଦ୍ର ଜିନାତା ଙ୍କ ଦ୍ୱାରା ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସହ ସ୍କାଉଟ୍ ଓ ଗାଇଡ୍ ରଙ୍ଗିନ ପାର୍ଟି ଦ୍ୱାରା କରାଯାଇଥିଲା। ପରେ ପ୍ରାଚାର୍ୟ ମହୋଦୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ସଂସ୍ଥାର ଶିକ୍ଷାଗତ ସଫଳତା ଓ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ଏବଂ ପ୍ରଧାନଶିକ୍ଷକଙ୍କ ସହଯୋଗରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଦର୍ଶକମାନଙ୍କୁ ମନୋରଞ୍ଜନ କରିଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ସହ ସ୍ୱାଗତ କରାଯାଇଥିଲା। ଆଲୁମ୍ନି ଭାବେ ଶ୍ରୀ ବିଶ୍ୱଜିତ ଦାସ (କାର୍ଯ୍ୟାଳୟ ସହାୟକ, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ଫୁଲବାଣୀ) ଓ ଶ୍ରୀ ଉମାକାନ୍ତ ପାଢ଼ୀ (ଲ୍ୟାବ୍ ଟେକ୍ନିସିଆନ୍, ଜିଲ୍ଲା ଚିକିତ୍ସାଳୟ, ଫୁଲବାଣୀ) ନିଜ ଅନୁଭବ ସାଂଝା କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ।

ବିଶେଷ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ହାଇଦ୍ରାବାଦ ସମ୍ଭାଗର ପୂର୍ବଛାତ୍ରୀ ଶ୍ରୀମତୀ କଳ୍ପଲତା ସାହୁ (ବର୍ତ୍ତମାନ ଫାଇନାନ୍ସ କମ୍ ଲଜିଷ୍ଟିକ୍ କନସଲଟାଣ୍ଟ, ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଫୁଲବାଣୀ) ତାଙ୍କ ଭାଷଣରେ କେଭିଏସ୍ର ଶିକ୍ଷା ତାଙ୍କ ଜୀବନ ଗଢ଼ିବାରେ କିପରି ସାହାଯ୍ୟ କରିଛି ତାହା ଉଲ୍ଲେଖ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଗଦାଧର ପାତ୍ର,ଓଏଏସ୍,ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ, ସହ ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, କନ୍ଧମାଳ, ତାଙ୍କ ଭାଷଣରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୂମିକା ଓ ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଜୀବନ ପାଇଁ ପ୍ରେରିତ କରିଥିଲେ।ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବିବେକାନନ୍ଦ ଦାସଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ ,ଛାତ୍ରଛାତ୍ରୀଙ୍କୁ ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଥିଲା।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)