୬୭ ବର୍ଷୀୟ ଅବିବାହିତା ବୃଦ୍ଧା ଚମ୍ପି କହଁର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ।

Dec 15, 2025 - 19:03
Dec 15, 2025 - 19:20
 0  13
୬୭ ବର୍ଷୀୟ ଅବିବାହିତା ବୃଦ୍ଧା  ଚମ୍ପି କହଁର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ।

ଫିରିଙ୍ଗିଆ,୧୫l୧୨(ଷ୍ଟାର ନିୟୁଜ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡ଼ି  ପଞ୍ଚାୟତ ଭୃଙ୍ଗିଯୋଡ଼ି ଗ୍ରାମର ୬୭ ବର୍ଷୀୟ ଅବିବାହିତା ବୃଦ୍ଧା ଚମ୍ପି କହଁର ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଏହି ଅବିବାହିତା ବୃଦ୍ଧା ସାତ ବର୍ଷ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ ଦୌଡ଼ି ଶେଷରେ ନିରାଶ ହୋଇ ଘରେ ଭୋକ ଉପାସରେ ବିତାଇ ଦିନ କାଟୁଥିବା ଖବର ମିଳିଛି। ହେଲେ ସରକାର ପରେ ସରକାର ବଦଳଉଛି ହେଲେ ସରକାର ଯୋଜନା ସଠିକ୍ ଭାବରେ ଲୋକ ଙ୍କ ପାଖରେ ପହଞ୍ଚିବାକୁ ଅସୁବିଧା ରହୁଛି କୋଉଠି,ନା ଜାଣି ଶୁଣି ପ୍ରଶାସନ ନିରବ ରହୁଛି ବୋଲି ବୃଦ୍ଧିଜିବୀ ମହଳରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ନିଜ ଘର ହେଉଛି ଭୃଙ୍ଗିଯୋଡ଼ି ଗ୍ରାମର ଅସହାୟ ଗରିବ ଶ୍ରେଣୀର ଅବିବାହିତା ବୃଦ୍ଧା ଚମ୍ପି କହଁର ଜିଲ୍ଲାର ଆଦି ବ୍ଲକର ବିଭିନ୍ନ ଗଳିକନ୍ଦି ଗ୍ରାମାଞ୍ଚଳରେ ବିଧବା ଭତ୍ତା ହେଉ କିମ୍ବା ବାର୍ଦ୍ଧକ୍ୟ ଭତ୍ତା ହେଉ ଭତ୍ତା ପାଉଥିବା ବେଳେ ୬୭ ବର୍ଷର ଅବିବାହିତା ବୃଦ୍ଧାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ପ୍ରଶାସନର ଦୃଷ୍ଟି ପଡ଼ି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଏହି ବୃଦ୍ଧାଙ୍କ ପ୍ରତି ପ୍ରଶାସନ ଦୃଷ୍ଟିରେ ରଖି ଏହି ଗରୀବ ଅସହାୟ ଅବିବାହିତ ବୃଦ୍ଧାଙ୍କୁ ଦୟାକରି ତାଙ୍କୁ ତୁରନ୍ତ ପଦକ୍ଷେପ ନେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR