ରେଡିଓ ସ୍ୱାତୀ ର ଦ୍ୱିତୀୟ ସ୍ୱନକ୍ଷେତ୍ର।

Dec 15, 2025 - 18:42
Dec 15, 2025 - 18:50
 0  99
ରେଡିଓ ସ୍ୱାତୀ ର ଦ୍ୱିତୀୟ ସ୍ୱନକ୍ଷେତ୍ର।

ଫିରିଙ୍ଗିଆ,୧୫l୧୨(ଷ୍ଟାର ନିୟୁଜ): ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ୨୦୨୩ ମସିହା ଆଜିର ଦିବସରେ ବନ୍ଧଗଡ ଠାରେ ପ୍ରତିଷ୍ଠିତ ହୋଇଥିବା ରେଡିଓ ସ୍ୱାତୀ ର ଦ୍ୱିତୀୟ ବାର୍ଷିକ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ସମ୍ବନ୍ୱିତ ଆଦିବାସି ଉନ୍ନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇ ଲୁଚି ଯାଇଥିବା ପରମ୍ପରାକୁ ରେଡିଓ କାର୍ଯ୍ୟକ୍ରମରେ ଯୋଡି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଂଚାଇ ପାରିଲେ ଏହାର ସାର୍ଥକତା ରହିବ ବୋଲି କହିଥିଲେ । ସଂପାଦକ ସ୍ୱାତୀ ହରିଶଙ୍କର ରାଉତ ପରିଚାଳନା କରିବା ସହିତ ଆଗାମୀ ଦିନରେ ଧରିତି ଆବା ରେଡିଓ ଷ୍ଟେସନ ଉଦୟଗିରି ରେ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ ଯାହା ଶ୍ରୀ ପାତ୍ର ବହୁତ ପ୍ରଶଂସା କରିଥିଲେ । ତତ ସହିତ କଣ୍ଠଶିଳ୍ପି ଅସିତ ନନ୍ଦ ଓ ଲେଖକ ରଞ୍ଜିତ ମିଖି ଯୋଗଦେଇ ଗ୍ରାମ୍ୟ ସ୍ତରରେ ଲୁଚି ରହିଥିବା ପ୍ରତିଭା ଗୁଡିକଏକ ଜୁଟ କରି ରେଡିଓ କାର୍ଯ୍ୟକ୍ରମରେ ଯୋଡି ପାରିଲେ ନିଶ୍ଚିତ ଭାବେ ଆଗାମୀ ଦିନରେ ରେଡିଓ ସ୍ୱାତୀ ର କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି କହିଲେ । ଏଥି ସହିତ ସ୍ଥାନୀୟ ଅଂଚଳରୁ ଯୋଗ ଦେଇଥିବା କଳାକାର ମାନେ ତାଙ୍କର କଳା ପ୍ରଦର୍ଶନ କରିବା ସହିତ ସ୍ୱତନ୍ତ୍ର ସ୍ଥାନ ଦେଲେ ନିଜର କଳା କୁ ପ୍ରଚାର ପ୍ରସାାର ହୋଇପାରିବ ବୋଲି କହିଥିଲେ । ଫିରିଙ୍ଗିଆ କଳାକାର ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଓ ମିଡିଆ ସଂଘର ସଭାପତି ଉତମ ଖମାରି ଯୋଗ ଦେଇ ସାପ୍ତାହିିକ ଗୋଟେଦିନ ଜଦି କଳାକାର ମାନଙ୍କୁ ରେଡିଓ ସ୍ୱାତୀ ରେ ସୁଯୋଗ ଦିଆଜିବ ଓ ସାମାଜିକ ଗଣମାଧ୍ୟମରେ ଏକ ହ୍ୱାଟସପ ଗୃଫକରି ଯୋଡିଲେ ଆଗାମି ଦିନରେ ନିଶ୍ଚିତ ସମସ୍ତ ଛୋଟବଡ କଳାକାର ମାନେ ତାଙ୍କର କଳା କୁ ବହୁତ ଲୋକ ପାଖରେ ପହଂଚାଇପାରିବେ । କାର୍ଯ୍ୟକ୍ରମ ଶେଷରେ ତଳ ଦଣ୍ଡିକିଆ ସମିତ ସଭ୍ୟ ଓ ସ୍ୱାତୀ ଅନୁଷ୍ଠାନ ର ସାଧାରଣ ପରିଷଦ ସଦସ୍ୟ ତାଙ୍କ ବକ୍ତବ୍ୟରେ ଏହିଭଳି ଆଲେଚନା ଓ ନିର୍ଦ୍ଦାରଣ ଗୁଡିକୁ ସ୍ୱାଗତ କରିବା ସହିତ ସହଯୋଗ କାମନା କରିଥିିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଦୀପ ସ୍ୱାଇଁ, ବିଶ୍ୱରଞ୍ଜନ କର, ଆଲୋକ ସାମନ୍ତରାଏ, ନିରୁପମା କହଁର ଓ ଉମାକାନ୍ତ ସାହୁ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR