ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରୁ ଲୁଟି ନେଲେ ୬୯ ହଜାର ଟଙ୍କା

୪ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବରୁଣ ମୁଣ୍ଡ ଉପରେ ପିସ୍ତଲ ରଖି ଧମକ ଦେଇ ଭୟଭୀତ କରିଥିଲେ ଏବଂ ଟଙ୍କା ଲୁଟି ଥିଲେ

Mar 28, 2025 - 20:22
Updated: 1 year ago
0 195
ପିସ୍ତଲ ଦେଖାଇ ୪ ମୁଖା ପିନ୍ଧା ଦୁର୍ବୁତ୍ତ ଚାଷୀଙ୍କ ଘରୁ ଲୁଟି ନେଲେ ୬୯ ହଜାର ଟଙ୍କା

କଲମପୁର ତା ୨୫.୩ (ଷ୍ଟାରନିଉଜ ଓଡିଶା )

କଳାହାଣ୍ଡି ଜିଲ୍ଲା କଲମପୁର ପୁଲିସ ଥାନା ଅଧିନସ୍ଥ ପଣ୍ଡିଗାଁ ଠାରେ ଘଟିଛି ଏକ ଡକାୟତି ଘଟଣା। ଜନୈକ ଚାଷୀଙ୍କ ଘରରୁ ୬୯ ହଜାର ଟଙ୍କା ପିସ୍ତଲ ଦେଖାଇ ମୁଖା ପିନ୍ଧା ଦୁର୍ବୁତ୍ତ ଲୁଟି ନେଇଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।
     ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ବରୁଣ ମାଝୀ ନାମକ ଜନୈକ ଚାଷୀ ପ୍ରବଳ ଗରମ ହେତୁ ପରିବାର ସହ ଘର ବାହାରେ ଶୋଇଥିଲେ। ବରୁଣ ରାତିରେ ଉଠି ବାହାରକୁ ବାହାରିଥିବା ବେଳେ ୪ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବରୁଣ ମୁଣ୍ଡ ଉପରେ ପିସ୍ତଲ ରଖି ଧମକ ଦେଇ ଭୟଭୀତ କରିଥିଲେ। ବରୁଣ ଆତଙ୍କିତ ହେଇ ଘର ଭିତରରେ ଏକ ଆଟାଚିରେ ରଖିଥିବା ୬୯ ହଜାର ଟଙ୍କା କାଢି ଦୁର୍ବୁତ୍ତ ମାନଙ୍କୁ ଦେଇଥିଲା। ଏହାପରେ ଦୁର୍ବୁତ୍ତମାନେ ପୁଣି ବରୁଣର ମୁଣ୍ଡ ଉପରେ ପିସ୍ତଲ ରଖି ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ରାସ୍ତାକୁ ନେଇ। ସେଠାରେ ଥିବା ଦୁଇ ଗୋଟି ବାଇକ୍ ରେ ବସି ଦୁର୍ବୁତ୍ତମାନେ ଚମ୍ପଟ ମାରିଥିଲେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User