ଫିଲ୍ମ ଷ୍ଟାଇଲ ରେ ଗଞ୍ଜେଇ ଜବତ କଲା ଗୋଛାପଡା ପୋଲିସ I ବୋଲେରୋ ସହ ୧୦୮ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ।

ଫିରିଙ୍ଗିଆ,୧୩l୯(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା ରାଜ୍ୟ ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ଅପରେସନ ପ୍ରହାର କୁ ଜୋରଦାର କରାଯାଇଥିବା ବେଳେ ଏହି ପରିପେକ୍ଷୀରେ ଜିଲ୍ଲାରେ ସବୁବେଳେ ଗଞ୍ଜେଇ କାରବାର କୁ ନେଇ ଚର୍ଚ୍ଚାରେ ରହିଆସିଥିବା ଗୋଛାପଡା ପୋଲିସ ପୁଣି ଏକ ବୋଲେରୋ ସହ ୧୦୮ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ତେବେ ଗିରଫ ବ୍ୟକ୍ତି ଜଣକ ଗୋଛାପଡା ଥାନା କୁଲିଗୁଡା ଗାଁ ର ଦାମୋଦର ସାହୁ ଙ୍କ ପୁଅ ମନୋରଞ୍ଜନ ସାହୁ ବୋଲି ଜଣାପଡିଛି I ତେବେ ପୋଲିସ ର ସୂଚନା ଅନୁସାରେ ଗତ କାଲି ନିଲମ୍ବିତ ରାତିରେ ଗୋଚ୍ଛାପଡା ଅଂଚଳରୁ ବାଲନ୍ଦାପଡ଼ା ଅଂଚଳକୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବରପାଇ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଗୋଛାପଡା ଥାନା ଅଧୀନରେ ଥିବା ବେଳାଡୋଳି ଛକ ନିକଟରେ ଦ୍ରୁତ ଗତିରେ ଏକ ବୋଲେରୋ ପୋଲିସ କୁ ଚକମା ଦେଇ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଫିଲ୍ମ ଷ୍ଟାଇଲ ରେ ବୋଲେରୋ କୁ ଗୋଡେଇ ଥିଲେ I ପୋଲିସ ଗାଡି ପଛ ପଟୁ ଗୋଡାଉ ଥିବା ଦେଖି ଗଞ୍ଜେଇ ଭର୍ତି ହୋଇଥିବା ବୋଲେରୋ ର ଡ୍ରାଇଭର ରାସ୍ତା ଉପରେ ଗାଡି ଛାଡି ଫେରାର ହୋଇ ଯାଇଥିଲା I ପରେ ଗାଡି କୁ ଯାଞ୍ଚ କରିବା ସମୟରେ ଗାଡ଼ିରୁ ୧୦୮ କିଲୋ ଗଞ୍ଜେଇ ଜବତ ହୋଇଥିଲା I ପରେ ପୋଲିସ ଗାଡି ନମ୍ବର କୁ ଟ୍ରାକ କରି ଡ୍ରାଇଭର କୁ ଗିରଫ କରିବାରେ ସଫଳ ହୋଇଥିଲେ I ତେବେ ଶୁକ୍ରବାର ଥାନାରେ ୧୯୬/୨୦୨୫ ଗଞ୍ଜେଇ ଚାଲାଣ ସଂକ୍ରାନ୍ତୀୟ ଏକ ମାମଲା ରୁଜୁ କରି ଗୋଛାପଡା ପୋଲିସ ଜବତ ଗଞ୍ଜେଇ ସହ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚିରଞ୍ଜୀବ ବେହେରା I
What's Your Reaction?






