ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ସୁନାଚିତା ଉଦ୍ଧାର।

Sep 12, 2025 - 20:15
Sep 12, 2025 - 20:17
 0  164
ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ସୁନାଚିତା ଉଦ୍ଧାର।

ଫୁଲବାଣୀ,୧୨l୯(ଷ୍ଟାର ନିୟୁଜ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମାର ଶ୍ରୀ ଜଗନ୍ନାଥ ମନ୍ଦିରରୁ ଗତ ଫେବୃଆରୀ ମାସ ୮ ତାରିଖ ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ମନ୍ଦିର ଭିତରେ ପଶି ହୁଣ୍ଡି ତାଡି ସମସ୍ତ ଟଙ୍କା ଏବଂ ଦିଅଁଙ୍କ ମସ୍ତକରୁ ତିନି ଗୋଟି ସୁନା ଚିତା ଚୋରି ହୋଇଥିବା ନେଇ କମିଟି ତରଫରୁ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିଷନ ଓ ସଦର ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ଵାଳଙ୍କ ଉଦ୍ୟମରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଜିଉଙ୍କ ସୁନା ଚିତା ଆଦି ଉଦ୍ଧାର କରାଯାଇଥିଲା। ଉଦ୍ଧାର ସାମଗ୍ରୀକୁ ଇତି ମଧ୍ଯରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ପୁଲିସ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ବେଳେ ଆଜି ଏନେଇ ମନ୍ଦିର କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପ୍ରଶାସନର ପଦକ୍ଷେପ ପାଇଁ ସାଧୁବାଦ ଦିଆଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ସୁନାସିର ମହାପାତ୍ର,ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା,ଉପ ସଭାପତି ବିଜୟ ମହାନ୍ତି, ବରିଷ୍ଠ ସଦସ୍ୟ ପ୍ରତାପ ପାତ୍ର, ରଜତ ମହାନ୍ତି, ଶୀଦ୍ଧେଶ୍ୱର ଦାଶ, ଶଙ୍କର ବେହେରା, ଶରତ ପଟ୍ଟନାୟକ, ପ୍ରଶାନ୍ତ ବିଶୋଇ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ l ପ୍ରଭୁ ଜଗନ୍ନାଥଙ୍କ ସୁନାଚିତା ମିଳିବା ଜାଣିବା ପରେ ପୂଜକ ଶଙ୍କର ପାଢ଼ୀ,କାଳିଆ ପାଢ଼ୀ ଓ ଅସିତ ପଣ୍ଡାଙ୍କ ସମେତ ମନ୍ଦିର ଅନ୍ୟାନ୍ୟ ସଦସ୍ୟ ଓ ଭକ୍ତ ବୃନ୍ଦ ବିଶେଷ ଖୁସି ବ୍ୟକ୍ତ କରିଛନ୍ତି l ଏଥି ସହିତ ଟାଉନ ଥାନା ଅଧିକାରୀଙ୍କୁ ଜଗନ୍ନାଥ ମନ୍ଦିର ହୁଣ୍ଡୀରେ ଥିବା ଟଙ୍କା ବିଷୟରେ ପଚାରିବାରୁ ସେ କହିଥିଲେ ଯେ ଅଭିଯୁକ୍ତ ମୋଟ ୩୦ ହଜାର ପାଇଥିବା ଏବଂ ସେ ସବୁକୁ ସେମାନେ ଖର୍ଚ୍ଚ କରିଦେଇଥିବା ସୂଚନା ଦେଉଛନ୍ତି l

What's Your Reaction?

like

dislike

love

funny

angry

sad

wow

SUJAYA EDITOR